ମନରେ ଆସୁଥିବା ଶବ୍ଦକୁ ପଢ଼ିନେବ କମ୍ପ୍ୟୁଟର ! ଚେହେରା ପଢ଼ି ମଧ୍ୟ ଲେଖିପାରିବ ସବୁକିଛି

33

ଚାଲିଛି ଆଡ଼ଭାନ୍ସ କମ୍ପ୍ୟୁଟର ଯୁଗ । ବୈଜ୍ଞାନିକମାନେ ଅଧିକ ବିକଶିତ କମ୍ପ୍ୟୁଟର ତିଆରି କିରବା ପାଇଁ ଏବେ ବି ଚେଷ୍ଟା ଚଳାଇଛନ୍ତି । ନିମୟିତ ବ୍ୟବଧାନରେ ଚାଲିଛି ପରୀକ୍ଷା ନିରୀକ୍ଷା । ତେବେ ଏବେ ଦୁନିଆକୁ ପୁରା କମ୍ପ୍ୟୁଟର ଯୁଗ କହିଲେ ଅତ୍ୟୁକ୍ତ ହେବ ନାହିଁ । କିଛି ନା କିଛି ନୂଆ ଯନ୍ତ୍ର ଉଦ୍ଭାବନ କରୁଛନ୍ତି ବୈଜ୍ଞାନିକ । ତେବେ ଏପରି କମ୍ପ୍ୟୁଟର କ୍ଷେତ୍ରରେ ଏକ ନୂଆ ତଥା ବିସ୍ମୟକର ଉଦ୍ଭାବନ ହୋଇଛି,ଯେଉଁଠି ମନର ଭାଷା ବୁଝିପାରିବ କମ୍ପ୍ୟୁଟର ।

ମନରେ ଆସୁଥିବା ଶବ୍ଦକୁ ପଢ଼ିନେବ କମ୍ପ୍ୟୁଟର । ମେସାଚୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଅଧ୍ୟୟନକର୍ତ୍ତାମାନେ ଏପରି ଏକ କମ୍ପ୍ୟୁଟର ଇଂଟରଫେସ୍ ତିଆରି କରିଛନ୍ତି । ତେବେ ଏହି ଅଧ୍ୟୟନାକର୍ତ୍ତା ମାନଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ସାମିଲ ଅଛନ୍ତି । ଉକ୍ତ କମ୍ପ୍ୟୁଟର ଇଂଟରଫେସରେ ଲାଗିଥିବା ଇଲେକ୍ଟ୍ରୋଡ଼୍ ୟୁଜରଙ୍କ ଚେହେରାର ନ୍ୟୁରୋମସ୍କୁଲାର ସିଗନାଲ ଜରିଆରେ ପଢ଼ିନେବ । ପ୍ରକୃତକଥା ହେଲା ମନରେ ଉଚ୍ଚାରଣ କରୁଥିବା ଶବ୍ଦର ଆନ୍ତରୀକ ଉଚ୍ଚାରଣ କରିବା ପରେ ମାଢ଼ିର ବ୍ୟବହାର ହୋଇଥାଏ । କିନ୍ତୁ ମଣିଷର ଆଖିରୁ ଏକଥା ଜାଣି ହୁଏ ନାହିଁ । ତେବେ ମନରେ ଭାବୁଥିବା ଶବ୍ଦକୁ ଏବେଠାରୁ ପଢ଼ିପାରିବ କମ୍ପ୍ୟୁଟର ।

ଏହି ସିଷ୍ଟମରେ ଏକ ଏପରି ଡିଭାଇସ୍ ଓ ଯୋଡ଼ା କମ୍ପ୍ୟୁଟ ସିଷ୍ଟମ ଅଛି ଯାହା ମନରେ ଭାବୁଥିବା ଶବ୍ଦକୁ ବୁଝିପାରିବ । ଏହି ସଙ୍କେତ ମସିନ ଲର୍ଣ୍ଣିଂ ସିଷ୍ଟମକୁ ମିଳେ ଯାହାକୁ ଶବ୍ଦ ସହ ବିଶେଷ ସଙ୍କେତ ସହ ପରସ୍ପର ଯୋଡ଼ିବା ପାଇଁ ପ୍ରଶିକ୍ଷିତ କରାଯାଏ । ସୂଚନା ଅନୁସାରେ ବୈଜ୍ଞାନିକମାନେ ଏପରି ଏକ କମ୍ପ୍ୟୁଟର ତିଆରି କରିବା ପାଇଁ ଚାହୁଁଥିଲେ ଯାହା ମଣିଷ ଓ ମେସିନକୁ ମିଶାଇ ଏକ ହୋଇଯିବ । ଏବଂ ଅନ୍ତରୀଣ ଅନୁଭୂତିକୁ ଅନୁଭବ କରିବାରିବ ।