କମ୍ପ୍ଲେନ୍ ପରେ କମ୍ପ୍ରୋମାଇଜ୍ : ପପୁଙ୍କ ସହ ମିମାଂସା କରିବାକୁ ସତ୍ୟପାଠ ଦାଖଲ କଲେ ପୀଡିତାଙ୍କ ବାପା

57

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଭିଯୋଗ ଆଣିଲେ, ବଦନାମ୍ କଲେ ପୁଣି ଖସାଇ ଦେବାକୁ ନିବେଦନ । ପପୁ ପମ୍ ପମଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗର ଆସିଛି ନାଟକୀୟ ମୋଡ । ଅଭିଯୋଗ ଆଣିଥିବା ନାବାଳିକାଙ୍କ ବାପା ଆଜି କୋର୍ଟରେ କମ୍ପ୍ରୋମାଇଜ୍ ପିଟିସନ୍ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି, ଏହି ଅଭିଯୋଗ ନେଇ ଉଭୟ ପକ୍ଷମଧ୍ୟରେ ଆପୋଷ ବୁଝାମଣା ହୋଇସାରିଛି । ଏବଂ ପପୁଙ୍କୁ ଜାମିନ ଦେବା ପାଇଁ ଏଥିରେ ଅନୁରୋଧ କରାଯାଇଛି । ପ୍ରଶ୍ନ ଉଠୁଛି, ପୀଡିତାଙ୍କ ବାପା ଓ ପମ୍ ପମଙ୍କ ମଧ୍ୟରେ କଣ ଏମିତି ହେଲା ଯେ, ଏବେ ବଡ ଭୁଲକୁ କ୍ଷମା ଦେବାକୁ ବାପା ଆଗେଇ ଆସିଲେ । କୁହାଯାଉଛି, ଏହା ପଛରେ ଏକ ବଡ ଧରଣର ସଲାସୁତୁରା ହୋଇଛି । ଦେଖନ୍ତୁ ଏହି ରିପୋର୍ଟ :