ପାନ କାର୍ଡ଼ ହଜିଯାଇଛି କି ? ବ୍ୟସ୍ତ ହୁଅନ୍ତୁନାହିଁ , ଘରେ ବସି ମିଳିଯିବ କାର୍ଡ଼

10

ପାନକାର୍ଡ଼ ବର୍ତ୍ତମାନ ସମୟରେ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଅର୍ଥନୈତିନ ନେଣଦେଣରେ ବ୍ୟବହୃତ ହେଉଛି ପାନ କାର୍ଡ଼ । ଏପରି ଅନେକ କାମ ଅଛି, ଯାହା ବିନା ପାନରେ ସମ୍ଭବ ନୁହେଁ । ଯେପରି ବ୍ୟାଙ୍କ୍ ଆକାଉଂଟ, ଗାଡ଼ି କିଣିବା, ଶେୟାର, ମ୍ୟୁଚୁଆଲ ଫଣ୍ଡ , ଋଣ ନେବା ଆଦି କାମରେ ପାନ କାର୍ଡ଼ ବହୁତ ଜରୁରୀ । କଳାଧନ କାରବାରକୁ ରୋକିବା ପାଇଁ ସରାକାର ନିୟମକୁୁ ଖୁବ୍ କଡ଼ାକଡ଼ି କରିଦେଇଛନ୍ତି । ପ୍ରଥମେ ପାନ କାର୍ଡ଼ ହଜି ଗଲେ ଆଉ ଥରେ ତିଆରି କରିବା ପାଇଁ ବହୁତ ହଇରାଣ ହେବାକୁ ପଡ଼ୁଥିଲା । କିନ୍ତୁ ଏବେ ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ସରକାର ଏହାକୁ ବହୁତ ସହଜ କରିଦେଇଛନ୍ତି । ଆପଣଙ୍କୁ ନୂଆ ନମ୍ବର ନେବା ପାଇଁ ବିଲକୁଲ ହଇରାଣ ହେବାପାଇଁ ପଡ଼ିବନାହିଁ । ଆପଣ ପୁରୁଣା ପାନକୁ ହିଁ ରିପ୍ରଂଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ । ସବୁକିଛି ଘରେ ବସି ମୋବାଇଲରେ ହୋଇଯିବ ।

କେତେବେଳେ କରିବେ ରିପ୍ରିଣ୍ଟ-
ଯଦି ଆପଣଙ୍କ ପାନ କାର୍ଡ଼ ହଜିଯାଇଛି, କି୍ମ୍ବା ଆପଣ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି, ତେବେ ଆପଣ ଡୁପ୍ଲିକେଟ୍ ପାନକାର୍ଡ଼ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ସେଥିରେ କିଛି ଭୁଲ ଥିଲେ ଆପଣ ଶଂସୋଧନ ମଧ୍ୟ କରିପାରିବେ ।

 

 

ଜାଣନ୍ତୁ ପୁରା ପ୍ରକ୍ରିିୟା :
୧ ଏଥିପାଇଁ ଆପଣଙ୍କୁ https://www.onlineservices.nsdl.com ୱେବପେଜ୍ ଯିବା ପାଇଁ ପଡ଼ିବ ।

୨. ସେଠାରେ ଆପ୍ଲାଇ ଅନଲାଇନରେ ଆପ୍ଲିକେସନ ଟାବ କରି ଡ୍ରପ ଡାଉନ ମେନୁରେ ଥିବା ଶେଷ ଅପ୍ସନରେ କରେକ୍ସନ କରନ୍ତୁ । ପରେ ରିପ୍ରିଂଟରେ ଟାବ କରନ୍ତୁା

୩ .ତା ‘ପରେ ବିଭାଗରେ ଇଣ୍ଡିଭିଜୁଆଲ କରନ୍ତୁ ।

୪ . ଏହାପରେ ଆପଣଙ୍କୁ ନାମ, ମୋବାଇଲ ନମ୍ବର, ଜନ୍ମ ତାରିଖ ଦେବାକୁ ପଡ଼ିବ । ପାନକାର୍ଡ଼ରେ ଦେଇଥିବା ନମ୍ବର ହିଁ ଏଠାରେ ଦିଅନ୍ତୁ ।

୫. ଶେଷ ଅପ୍ସନରେ ଅପାଣଙ୍କୁ ପାନନମ୍ବର ଦେବାକୁ ପଡ଼ିବ । ଏହି ଡିଟେଲ ଦେବା ପରେ ଆପଣଙ୍କୁ ପଚରାଯିବ ଆପଣ କ’ଣ କରିବା ପାଇଁ ଚାହାନ୍ତି ।

୬. ସେଠାରେ ଆପଣଙ୍କୁ ରିପ୍ରିଂଟ କରିବା ପାଇଁ ପଡ଼ିବ । ଆଉ ଏଥିରେ ଥିବା କରେକ୍ସନ ଡିଟେଲ ଅପ୍ସନକୁ ଛାଡ଼ି ଦିଅନ୍ତୁ । ଏହାପରେ ଫି ଦେଇ ସବମିଟ୍ କରନ୍ତୁ । କାର୍ଡ଼ ଆପଣଙ୍କ ଠିକଣାରେ ପହଞ୍ଚିଯିବ ।

Comments are closed.