ଅଗଷ୍ଟ କ୍ରାନ୍ତି ଦିବସରେ ବି ବଳ କଷାକଷି ! ଶ୍ରେୟ ନେବା ପାଇଁ ଜୟପୁରରେ ବିଜେଡି, କଂଗ୍ରେସ ମଧ୍ୟରେ ଭିଡାଭିଡି

31

କନକ ବ୍ୟୁରୋ : କ୍ରାନ୍ତି ଦିବସରେ ବି ରାଜନୀତି । ଶ୍ରେୟ ନେବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ବଳ କଷାକଷି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟର ଜୟପୁରରେ । କଂଗ୍ରେସ କହିଲା ବିଜେଡିର ଦୁର୍ବଳ ସ୍ଥାନରେ ସବଳ କରିବା ପାଇଁ ଏହି ଦିବସ ପାଳନ କରୁଛି । ସେପଟେ ବିଜେଡି କହିଲା ଆଗରୁ ହେଉଥିଲା ଏବେ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ବଡ ଧରଣର ଆୟୋଜନ କରିବା ପାଇଁ ବିଜେଡି ସଜବାଜ ।

ଜୟପୁରରେ ବିଜେଡି ମୁଖପାତ୍ର ରବିନନ୍ଦଙ୍କ ନେତୃତ୍ୱରେ ଯୁବ ବିଜେଡି ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଥିଲା । ସେହିପରି କଂଗ୍ରେସ ପକ୍ଷରୁ ବିରୋଧୀଦଳ ନେତା ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କ୍ରାନ୍ତି ଦିବସ ପାଳନ ହୋଇଥିଲା ।