ଯୁଦ୍ଧ ହେଲେ ଜିତିବ କିଏ ? କ’ଣ ହେବ ପାକିସ୍ତାନର ସ୍ଥିତି, ଜାଣନ୍ତୁ କ’ଣ ରହିଛି ଦୁଇ ଦେଶର ଶକ୍ତିସାମର୍ଥ୍ୟ । 

1,132

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି  । କାରଣ ଆତଙ୍କବାଦକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ନେଇ ପାକିସ୍ତାନ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ କାଠଗଡ଼ାକୁ ଆସିଲେ ମଧ୍ୟ ଏହାର ନୀତି ବଦଳିବା କେବେବି ନଜର ଆସିନାହିଁ  । ପ୍ରଶ୍ନ ଉଠେ ୨ ପୂର୍ଣ୍ଣକାଳୀନ ଯୁଦ୍ଧ ଓ ଗୋଟିଏ ଚ୍ଛାୟାଯୁଦ୍ଧରେ ଭାରତ ପାଖରୁ ହାରିବା ସତ୍ୱେ ପାକିସ୍ତାନ କ’ଣ ଭାରତର ମୁକାବିଲା କରିପାରିବ ? ଆସନ୍ତୁ ଜାଣିବା ଭାରତ-ପାକିସ୍ତାନର ଶକ୍ତିସାମର୍ଥ୍ୟର ତୁଳନା  ।

ଭାରତର ମୁକାବିଲା ପାଇଁ କେତେ ସକ୍ଷମ ପାକିସ୍ତାନ ? ଭାରତ ଆଗରେ ପାକିସ୍ତାନ କେତେ ଶକ୍ତିଶାଳୀ ? ୧୯୬୫, ୧୯୭୧ ଓ ୧୯୯୯ ମସିହାରେ ଭାରତଠାରୁ ତିନି ତିନିଥର ଶୋଚନୀୟ ଭାବେ ହାରିଥିବା ପାକିସ୍ତାନ ପୁଲୱାମା ଷଢ଼ଯନ୍ତ୍ର ରଚି ପୁଣିଥରେ ଯୁଦ୍ଧ ମୁଲଉଛି  । ଭାରତୀୟ ସେନାର ଅଦମ୍ୟ ସାମର୍ଥ୍ୟର ଜବାବ୍ ଦେବା ପାକିସ୍ତାନ୍ ପକ୍ଷରେ ସମ୍ଭବ ନୁହେଁ ଏହା ନିଃସନ୍ଦେହ, ତଥାପି ଯୁଦ୍ଧ ମାଗୁଛି ପାକିସ୍ତାନ  ।

ଆସନ୍ତୁ ଦେଖିବା ଦୁଇ ଦେଶର ଶକ୍ତିସାମର୍ଥ୍ୟ :

– ଭାରତର ସକ୍ରିୟ ସେନା ସଂଖ୍ୟା ୧୪.୯୮ ଲକ୍ଷ ହୋଇଥିବାବେଳେ ପାକିସ୍ତାନର ସକ୍ରିୟ ସେନା ସଂଖ୍ୟା ମାତ୍ର ୬.୫୩ ଲକ୍ଷ  ।

– ଭାରତୀୟ ସେନାରେ ୪୪୨୬ଟି ଉନ୍ନତ ଓ ଅତ୍ୟାଧୁନିକ ଟ୍ୟାଙ୍କ ଥିବାବେଳେ ପାକିସ୍ତାନ ନିକଟରେ ରହିଛି ମାତ୍ର ୨୭୩୫ଟି ଟ୍ୟାଙ୍କ  ।

– ଭାରତୀୟ ବାୟୁସେନାର ଲଢୁଆ ବିମାନ ସଂଖ୍ୟା ୨୨୧୬ ହୋଇଥିବାବେଳେ ପାକିସ୍ତାନ ପାଖରେ ରହିଛି ମାତ୍ର ୧୧୪୩ଟି ଲଢୁଆ ବିମାନ  ।

– ଭାରତ ନିକଟରେ ୧୫ଟି ବୁଡ଼ାଜାହାଜ ଥିବାବେଳେ ପାକିସ୍ତାନର ବୁଡ଼ାଜାହାଜ ସଂଖ୍ୟା ମାତ୍ର ୮ ଓ ପାକିସ୍ତାନ ପାଖରେ କୌଣସି ବିମାନବାହୀ ଯୁଦ୍ଧଜାହାଜ ନାହିଁ  ।

– ପ୍ରତିରକ୍ଷା ପାଇଁ ଭାରତ ପ୍ରତିବର୍ଷ ୩.୯୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ କରୁଥିବାବେଳେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ହେଉଛି ପାଖାପାଖି ୭୭ ହଜାର କୋଟି ଟଙ୍କା  ।

– ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ପାଖରେ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ ପରମାଣୁ ଯୁଦ୍ଧାସ୍ତ୍ର ଥିବା କୁହାଯାଏ  ।

ସାମରିକ ଦୃଷ୍ଟିକୋଣରୁ ଭାରତ ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ ଏହା ତିନି ତିନି ଥର ଦେଖିସାରିଛି ପାକିସ୍ତାନ  । ତଥାପି ଭାରତକୁ ହରାଇବା ସ୍ୱପ୍ନରେ ଏବେବି ମସଗୁଲ୍ ପାକିସ୍ତାନ  । ତେବେ ଯୁଦ୍ଧ ହେଲେ ଏଥରକ ଯେତେ ପରିମାଣର କ୍ଷତି କରିବ ଭାରତୀୟ ସେନା, ସ୍ୱପ୍ନରେ ବି ଭାବିନଥିବ ପାକିସ୍ତାନ  ।