ସୁନ୍ଦରଗଡ : ଅଶୋକା ମଲ୍ଟି ଆରୟାନ ସୂତାକଳରେ ଶ୍ରମିକ ଅଶାନ୍ତି

19

କନକ ବ୍ୟୁରୋ : ସୁନ୍ଦରଗଡ ଅଶୋକା ମଲ୍ଟି ଆରୟାନ ସୂତାକଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ଆଜି ସକାଳୁ ଶ୍ରମିକମାନେ କାମକୁ ଆସିବା ସମୟରେ ଦେଖିବାକୁ ପାଇଥିଲେ କମ୍ପାନୀ ବାହରେ ଲାଗିଥିଲା ମିଲ ବନ୍ଦ ହୋଇଗଲା ବୋଲି ଏକ ନୋଟିସ । କଂପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଲଗାଯାଇଥିବା ନୋଟିସ୍ ଦେଖି ତାତି ଉଠିଥିଲେ ଶ୍ରମିକ ।

କଂପାନୀ ସମ୍ମୁଖରେ ଧାରଣାରେ ବସିଥିଲେ ଅସନ୍ତୁଷ୍ଟ ଶ୍ରମିକ । କଂପାନୀର ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରକୁ ପଶିଥିଲେ ଅଶାନ୍ତ ଶ୍ରମିକ । ନିଜ ବକେୟା ପାଉଣା ଓ ବୋନସ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଶ୍ରମିକ । ପରେ ଘଟଣାସ୍ଥଳରେ ପୋଲିସ ଓ ଶ୍ରମ ଅଧିକାରୀ ପହଚିଂବା ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।