ଧୂମପାନ କରୁନଥିବା କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ୪ ଦିନର ଛୁଟି ।

457

କନକ ବ୍ୟୁରୋ : ଏମିତି ଅନେକ କମ୍ପାନି ରହିଛି ଯେଉଁଠାରେ ଧୂମପାନ କରୁଥିବା କର୍ମଚାରୀଙ୍କ ଉପରେ ଜରିମାନା ଲାଗିବା ସହିତ ଅନ୍ୟ ଦଣ୍ଡର ବିକଳ୍ପ ବି ରହିଛି । ଏହି କ୍ରମରେ ଇଂଲଣ୍ଡର ସ୍ୱିଡେନ୍‌ ଟାଉନ୍‌ରେ ଥିବା ‘ କେସିଜେଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ’ ନାମକ ଏକ ସଂସ୍ଥା ଏବେ ଧୂମପାନକୁ ନେଇ କର୍ମଚାରୀଙ୍କ ଉପରେ ଯେଉଁ ନୂଆ ନିୟମ ଲାଗୁ କରିଛି,  ତାହାକୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କମ୍ପାନି ଧୂମପାନ କରୁଥିବା କର୍ମଚାରୀଙ୍କୁ କୌଣସି ଦଣ୍ଡ ନଦେଇ ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ଅତିରିକ୍ତ ୪ଦିନ ଛୁଟି ଦେବା ପାଇଁ ଘୋଷଣା କରିଛି ।

ଇଂଲଣ୍ଡର ସ୍ୱିଡେନ୍‌ ଟାଉନ୍‌ରେ ‘କେସିଜେ ଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ୍ସ’ ନାମକ ଏକ କମ୍ପାନି ରହିଛି । ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡାନ୍‌ ବ୍ରିଡେନ୍‌ ଏହି ନୂଆ ନିୟମ କମ୍ପାନିର କର୍ମଚାରୀମାନଙ୍କ ପାଇଁ ଲାଗୁ କରିଛନ୍ତି ।

ଡାନ୍‌ ବ୍ରିଡେନ କହନ୍ତି, ‘ଧୂମପାନ କରୁଥିବା କର୍ମଚାରୀ ବରମ୍ବାର ନିଜ କର୍ମସ୍ଥାନରୁ ଉଠି ଥାଆନ୍ତି । ଏହା ଦ୍ୱାରା ଅନ୍ୟ କର୍ମଚାରୀଙ୍କୁ ଅସୁବିଧା ହେବା ସହିତ ସମୟ ବି ନଷ୍ଟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ମୁଁ ସେହି କର୍ମଚାରୀଙ୍କୁ ଚାରି ଦିନର ଅତିରିକ୍ତ ଛୁଟି ଦେବାର ଘୋଷଣା କରିଛି, ଯେଉଁମାନେ କଦାପି ଧୂମପାନ କରନ୍ତି ନାହିଁ । ମୁଁ ଏଭଳି ନିୟମ ଏଥିପାଇଁ ଲାଗୁ କରିଛି କାରଣ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ଛୁଟିର ବହୁତ ଆବଶ୍ୟକ ରହିଥାଏ ।

ତେବେ ଏକାଠି ଗୋଟିଏ କମ୍ପାନିରେ କାମ କରୁଥିବା ବେଳେ ଯଦି ଧୂମପାନ କରୁ ନଥିବା କର୍ମଚାରୀଙ୍କୁ ନିଶ୍ଚିତ ହୋଇଥିବା ଛୁଟିଠାରୁ ଅଧିକ ୪ଦିନ ଛୁଟି ମିଳେ ତେବେ ଧୂମ୍‌ପାନ କରୁଥିବା କର୍ମଚାରୀଙ୍କ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ । ଏହାଦ୍ୱାରା କର୍ମଚାରୀ ଛୁଟି ପାଇଁ ଧୂମପାନ ଅଭ୍ୟାସକୁ ଛାଡ଼ିବା ପାଇଁ ବି ଚିନ୍ତା କରିବେ । ଯାହା ସେମାନଙ୍କ ସ୍ୱାସ୍ଥ୍ୟପକ୍ଷେ ଉପକାରୀ ବି ରହିବ । ବ୍ରିଡେନ୍‌ଙ୍କର ବି ଧୂମପାନ କରିବାର ଅଭ୍ୟାସ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଅଭ୍ୟାସରୁ ନିଜକୁ ନିବୃତ୍ତ ରଖିଥିଲେ ।