ଅଶାନ୍ତ ଭଦ୍ରକରେ ୧୪୪ ଧାରା ଜାରି ! ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ପୁଲିସ ଡିଜିଙ୍କ ସୂଚନା

37

କନକ ବ୍ୟୁରୋ : ଅଶାନ୍ତ ଭଦ୍ରକରେ ସ୍ଥିତି ଆୟତତ୍ତକରିବା ପାଇଁ ୧୪୪ଧାରା ବଳବତ୍ତର ରହିଛି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ପ୍ରଶାସନ ସମସ୍ତ ପଦକ୍ଷେପ ନେଉଛନ୍ତି । ତେବେ ପରସ୍ଥିତି ନିୟନ୍ତ୍ରଣାଧିନ ଥିବା ସହ ଆଇଜି ସମସ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସହରରେ ୧୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି । ଏକାଧିକ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ସହ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ପୁଲିସ ଡିଜି କହିଛନ୍ତି ।