ଓକିଲଙ୍କୁ ଉତରଦାୟୀ କରିବା ପ୍ରସଙ୍ଗରେ ଲ କମିଶନ ରିପୋର୍ଟକୁ ନେଇ ଭୁବନେଶ୍ୱରରେ ହଙ୍ଗାମା ! ବାର୍ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଠେଲାପେଲା

9

କନକ ବ୍ୟୁରୋ : ଭୁବନେଶ୍ୱରରେ ଜାତୀୟ ଆଇନଜୀବୀ ସମ୍ମିଳନୀରେ ଆଜି ମୁହାଁମୁହିଁଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ମିଳନୀରୁ ବାର କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ ମନନ ମିଶ୍ରଙ୍କୁ ବାହାର କରିଦେଇଛନ୍ତି ଓକିଲ । କମିଶନଙ୍କ ସଂଶୋଧନକୁ ଓକିଲମାନେ ବିରୋଧ କରୁଥିବାବେଳେ ଚେୟାରମ୍ୟାନ ଭିନ୍ନ ମତ ଦେଉଛନ୍ତି ।

ଜାତୀୟ ଆଇନଜୀବୀ ସମ୍ମିଳନୀରେ ହଟହଟା ହୋଇଛନ୍ତି ବାର କାଉନସିଲ୍ ଅଫ ଇଣ୍ଡିଆର ଚେୟାରମ୍ୟାନ ମନନ । ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଛନ୍ତି ଓକିଲ ସଂଘ ଓ ଚେୟାରମ୍ୟାନ । ପରିସ୍ଥିତି ଏପରି ହୋଇଛି ଯେ, ହୋହଲ୍ଲା ପରେ ଓକିଲମାନେ ଚେୟାରମ୍ୟାନଙ୍କୁ ଷ୍ଟେଜରେ କୁହାଇନଦେବା ସହ ସମ୍ମିଳନୀ କକ୍ଷରୁ ବାହାର କରିଦେଇଛନ୍ତି । ଲ କମିଶନଙ୍କ ସଂଶୋଧନକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି ।

ଶନିବାର ସକାଳେ ରାଜଧାନୀରେ ଏକ ଷ୍ଟାର ହୋଟେଲରେ ଜାତୀୟ ଆଇନଜୀବୀ ସମ୍ମିଳନୀ ହୋଇଥିଲା । ଏଥିରେ ୧୭ ରାଜ୍ୟର ବାର କାଉନସିଲର ସଦସ୍ୟ ସାମିଲ ହୋଇଥିଲେ । ତେବେ ସମ୍ମିଳନୀ ଷ୍ଟେଜକୁ ଚେୟାରମ୍ୟାନ ମନନ ମିଶ୍ର କହିବାକୁ ଆସିବା ମାତ୍ରେ ଆରମ୍ଭ ହୋଇଥିଲା ହୋହଲ୍ଲା ନାରାବାଜି । ମନନ ମିଶ୍ରଙ୍କୁ କହିବାକୁ ଦେଇନଥିଲେ ଓକିଲ । ଏପରିକି ତାଙ୍କୁ ସମ୍ମିଳନୀ କକ୍ଷରୁ ବି ବାହାର କରିଦିଆଯାଇଥିଲା ।

ଦେଖନ୍ତୁ ଏହି ଭିଡିଓ-