ବେଆଇନ୍ ଚାନ୍ଦା ମାଗିବା ଉପରେ କମିଶନରେଟ୍ ପୋଲିସର କଟକଣା। ପୂଜା ପାଇଁ ଚାନ୍ଦା ମାଗିପାରିବେନି ସରକାରୀ କର୍ମଚାରୀ ।

388

କନକ ବ୍ୟୁରୋ: ଆଗକୁ ଆସୁଛି ପାର୍ବଣ । ବେଆଇନ ଚାନ୍ଦା ମାଗିବା ନେଇ କଟକଣା ଲଗାଇଲା କମିଶନରେଟ୍ ପୋଲିସ । ଆଗକୁ ଆସୁଥିବା ପୂଜାଋତୁରେ କୌଣସି ସରକାରୀ ଦଫ୍ତରର କର୍ମଚାରୀମାନେ କଲୋନୀ, ଦୋକାନୀ କିମ୍ବା ମାର୍କେଟ କମ୍ଲେକ୍ସରେ ଚାନ୍ଦା ମାଗିପାରିବେନି ବୋଲି କଟକଣା ଲଗାଇଛନ୍ତି ପୋଲି କମିଶନର ।

ବିଶେଷ କରି ସେସୁ, ଜିଇଡି, ପିଏଚଇଡି ଭଳି ବିଭିନ୍ନ ସରକାରୀ ସଂସ୍ଥାମାନଙ୍କରେ ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, କାଳି ପୂଜା, ଲକ୍ଷ୍ମୀ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାପର୍ବକୁ ପାଳନ କରାଯାଇଥାଏ । କିନ୍ତୁ ଆଗକୁ ଆସୁଥିବା ପାର୍ବଣରେ ଉକ୍ତ ସରକାରୀ ସଂସ୍ଥାର କୌଣସି କର୍ମାଚାରୀ କଲୋନୀ କିମ୍ବା ଦୋକାନ ମାନଙ୍କରେ କୌଣସି ପ୍ରକାର ବେଆଇନ୍ ଚାନ୍ଦା ମାଗିପାରିବେ ନାହିଁ ବୋଲି କହିଛନ୍ତି ଆଡଭାଇଜରୀ ଜାରି କରିଛନ୍ତି ପୋଲିସ କମିଶନର ।

ତେବେ ଏଭଳି କଟକଣାକୁ କାର୍ଯ୍ୟକାରୀ କରି ଟ୍ୱିନସିଟିର ଡିସିପିଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଏଭଳି କିଛି ବେଆଇନ୍ ଚାନ୍ଦା ଆଦାୟ ବିଷୟରେ ଖବର ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦୌତ୍ୟନଗରୀ ଅଧିନରେ ଥିବା ସମସ୍ତ ଥାନା ଅଧିକାରୀ ଏବଂ ଜୋନ୍ ଏସିପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।