କମିଶନରେଟ ପୋଲିସକୁ ପୁରିଛି ଦଶବର୍ଷ । ଅପରାଧ ନିୟନ୍ତ୍ରଣ ଓ ମହିଳାଙ୍କୁ ସୁରକ୍ଷା ଦେବା ପୋଲିସ ପାଇଁ ଚ୍ୟାଲେଂଜ

28

କନକ ବ୍ୟୁରୋ : ଆଜି କମିଶନରେଟ ପୋଲିସକୁ ପୁରିଛି ଦଶ ବର୍ଷ । ୨୦୦୮ ମସିହା ଜାନୁଆରୀ ୧ରେ ସ୍ଥାପିତ ହୋଇଥିବା ଭୁବନେଶ୍ୱର–କଟକ କମିଶନରେଟ ପୋଲିସ ପାଇଁ ରହିଥିଲା ଅନେକ ଚ୍ୟାଲେଂଜ । ଟ୍ୱିନ ସିଟିର ଆଇନଶୃଙ୍ଖଳା ପରିସ୍ଥିତି ଓ ତଦନ୍ତକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା କମିଶନରେଟ ପୋଲିସ ।

ଓଡିଶା ଅର୍ବାନ ପୋଲିସ ଆକ୍ଟ ,୨୦୦୩ରେ ଉଇ କେୟାର, ଉଇ ଡେୟାର ଲକ୍ଷ୍ୟ ନେଇ ୨୦୦୮ ଜାନୁଆରୀ୧ରୁ କାମ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ୪୩ଟି ପୋଲିସ ଷ୍ଟେସନକୁ ନେଇ ଗଠିତ ହୋଇଥିଲା କଟକ-ଭୁବନେଶ୍ୱର କମିଶନରେଟ ପୋଲିସ । ଆଜି ସଫଳତାର ସହ ଦଶବର୍ଷ ପୁରା କରିଛି ।

ଅନେକ ସମସ୍ୟା ଭିତରେ ଆଗକୁ ବଢିଥିଲା କମିଶନରେଟ ପୋଲିସ । ଅନେକ ଚ୍ୟାଲେଂଜ ବି ସାମ୍ନା କରିଥିଲା । ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସେମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଲୋକଙ୍କ ନିକଟର ହୋଇଥିଲା କମିଶନରେଟ ପୋଲିସ । ତଥାପି ଅନେକ କିଛି ଘଟଣା ପାଇଁ କମିଶନରେଟ ପୋଲିସକୁ ବଦନାମ ହେବାକୁ ପଡିଥିଲା ।