ବିଜେପି ନେତାଙ୍କୁ କମିସନରେଟ ପୁଲିସର ସମନ । ନକଲି ଗୁଇନ୍ଦା ରିପୋର୍ଟ ନେଇ ପ୍ରେସମିଟ କରିଥିବାରୁ ହାଜର ହେବାକୁ ନିର୍ଦ୍ଦେଶ

କାଲି ଖାରବେଳ ନଗର ଥାନାରେ ହାଜର ହେବାକୁ ୩ନେତାଙ୍କୁ ନିର୍ଦ୍ଦେଶ

306

କନକ ବ୍ୟୁରୋ: ବିଜେପି ନେତାଙ୍କୁ କମିସନରେଟ ପୁଲିସର ସମନ । ୩ ବିଜେପି ନେତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ସମନ କରାଯାଇଛି । ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବାରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀର ମହାନ୍ତି,ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ କରାଯାଇଛି । ଆସନ୍ତାକାଲି ଖାରବେଳନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୁଇନ୍ଦା ରିପୋର୍ଟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ଗତକାଲି ବିଜେପିକୁ ଘେରିଲା ବିଜେଡି । କର୍ଣ୍ଣାଟକରୁ ଚିଠି ଆଣି ବିଜେପି ଗୁଇନ୍ଦା ରିପୋର୍ଟ କହୁଥିବା ଶାସକ ଦଳ ଅଭିଯୋଗ କରିଛି । ଭାଇରାଲ୍ ହୋଇଥିବା ଚିଠିରେ କୁହାଯାଇଛି ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ।

 

ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିିତିଭୂମିର ବିକାଶ ହୋଇପାରି ନାହିଁ । ସେଥିପାଇଁ ନବୀନ ଏଥର ହିଞ୍ଜିଳି ସହ ବିଜେପୁର ଆସନକୁ ବାଛିଛନ୍ତି । ତେବେ ବିଜେପି ନକଲି ଚିଠି ଦେଖାଇ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି ।