ନକଲି ବନ୍ଧୁକ ଦେଖାଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଧମକ ! ବିଜେପି କାର୍ଯ୍ୟାଳୟରେ ଦୁଇ ଯୁବକଙ୍କ ଉନ୍ମତ କାଣ୍ଡ, କାବୁ ପରେ ପୁଲିସକୁ ଦିଆଗଲା ଜିମା

30

କନକ ବ୍ୟୁରୋ: ନକଲି ବନ୍ଧୁକ ଦେଖାଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଧମକ । ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଦୁଇ ଜଣ ଯୁବକ ପଶି ବସନ୍ତ ପଣ୍ଡାଙ୍କୁ ଧମକ ଦେଇଛନ୍ତି । ଦିନ ୧୨ଟା ବେଳେ ବିଜେପିର ସାମ୍ବାଦିକ ସମ୍ମିଳନୀ ଚାଲିଥିବା ହଠାତ ଦୁଇ ଜଣ ଯୁବକ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ । ବସନ୍ତ ପଣ୍ଡାଙ୍କ ଚାମ୍ବରକୁ ପଶିଆସି ନକଲି ବନ୍ଧୁକ ମୁନରେ ତାଙ୍କୁ ଧମକ ଦେଇଥିଲେ ।

ସାମ୍ବାଦିକ ସମ୍ମିଳନୀ ପାଇଁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବାବେଳେ ତାଙ୍କରି ସମ୍ମୁଖରେ ଏହି ଘଟଣା ଘଟିଥିଲା । ଦୁଇ ଯୁବକ ବାରଙ୍ଗ ବ୍ଲକର ପିନାକ ମହାନ୍ତି ଓ ସମ୍ବିତ ପଣ୍ଡାବୋଲି ନିଜର ପରିଚୟ ଦେଇଛନ୍ତି । ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି ।ଖାରବେଳନଗର ଥାନାରେ ବିଜେପି ପକ୍ଷରୁ ଏନେଇ ମାମଲା ରୁଜୁ କରାଯାଇଛି ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛ ରାଜ୍ୟବିଜେପ ସଭାପତି ବସନ୍ତ ପଣ୍ଡା ।ଏହି ଦୁଇଜଣ ଯୁବକ ବିଜେପି କାର୍ଯ୍ୟାଳୟକୁ ଗତକାଲି ଆସିଥିଲେ ଏବଂ ବାପାଙ୍କ ସହାୟତା ପାଇଁ ଟଙ୍କା ମାଗିଥିଲେ ବୋଲି କହିଛନ୍ତି ।