ଆପଣଙ୍କ ଗାଡ଼ିର ନମ୍ବର ଫ୍ୟାନ୍ସି ନୁହେଁ ତ, କିମ୍ବା ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିଛନ୍ତି କି ? ସାବଧାନ୍ ! ଲାଗିପାରେ ଜରିମାନା

934

କନକ ବ୍ୟୁରୋ: ଗାଡିର ନମ୍ବର ପ୍ଲେଟରେ ନମ୍ବର ଛଡ଼ା ଅନ୍ୟ କିଛି ଲେଖୁଛନ୍ତି କିମ୍ବା ଚିତ୍ର ବିଚିତ୍ର କରୁଛନ୍ତି କି? ତେବେ ସାବଧାନ, ଏଥିପାଇଁ ଆପଣ ଗଣିପାରନ୍ତି ତଣ୍ଡ । ବାଇକ୍ ଓ କାର୍ର ଆଗ ଓ ପଛରେ ଥିବା ନମ୍ବର ପ୍ଲେଟରେ ଗାଡ଼ି ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିବା ଉଚିତ ନୁହେଁ । ନମ୍ବର ପ୍ଲେଟରେ ସ୍ପଷ୍ଟ ଭାବେ ନମ୍ବର ନଲେଖି ଅନ୍ୟ କିଛି ଲେଖିଲେ କିମ୍ବା ଫ୍ୟାନସି ନମ୍ବର ଲେଖିଲେ, ନୂଆ ମୋଟର ଯାନ ଆଇନରେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ ।

ଗତକାଲି କମିଶନରେଟ୍ ପୋଲିସ ପଞ୍ଝାରେ ପଡ଼ିଥିବା ଏକ ଗାଡିରେ ନମ୍ବର, ଯେଉଁଥିରେ ଟାଉନ୍ ଟାଇଗର ବୋଲି ଲେଖାଯାଇଥିଲା । ଏବଂ ଏଥିପାଇଁ ୫ ଶହ ଟଙ୍କା ଚାଲଣ କଟାଯାଇଥିବା ଟୁଇଟ୍ କରି ସୂଚନା ଦେଇଥିଲେ ଖୋଦ୍ ଟ୍ରାଫିକ୍ ଡିସିପି ସାଗରିକା ନାଥ । ଏହାପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସେପଟେ ଆଇନ ଅନୁଯାୟୀ ଆଗରେ ଓ ପଛରେ କେବଳ ଗାଡି ନମ୍ବର ଲେଖିବାକୁ ଅନୁରୋଧ କରିଛନ୍ତି ଡିସିପି । ଅନେକ ମଟରସାଇକେଲ୍, କାରର ଆଗ ଓ ପଛ ନମ୍ବର ପ୍ଲେଟରେ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ବ୍ୟତୀତ ବିଭିନ୍ନ କଥା ଲେଖାଥିବା ଦେଖିବାକୁ ମିଳୁଛି । ଏମିତିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଡ଼ିଗୁଡ଼ିକ ମଧ୍ୟ ଏହି ନିୟମକୁ ଖୋଲାଖୋଲ ଉଲ୍ଲଂଘନ କରୁଥିବା ଦେଖାଯାଉଛି ।