ବେପରୁଆ ଡ୍ରାଇଭରଙ୍କ ଉପରେ ଅଙ୍କୁଶ : ୪ ହଜାର ଲୋକଙ୍କ ଠାରୁ ଡିଏଲ୍ ଛଡାଇ ନେଲା ପରିବହନ ବିଭାଗ

36

କନକ ବ୍ୟୁରୋ : ମଦ୍ୟପାନ ସହ ଗାଡ଼ି ଚଳାଇବା ଚଳିବ ନାହିଁ । କାରଣ ମଦ୍ୟପଙ୍କ ଯୋଗୁଁ ଗାଡ଼ି ଦୁର୍ଘଟଣା ବଢ଼ୁଛି । ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ପ୍ରାୟ ୪ ହଜାର ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି । ତେବେ କେବଳ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ୍ ହୋଇନାହିଁ, ଅଧିକ ବେଗରେ ଗାଡ଼ି ଚଳାଇବା ଓ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର କରୁଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ବି ସସପେଣ୍ଡ୍ ହେଉଛି । ତେବେ ଏହା ଭିତରେ ସେମାନଙ୍କଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ତେବେ ଅଧିକ ବେଗରେ ଗାଡ଼ି ଚଳାଉଥିବା କାରଣରୁ ଗତ ବର୍ଷ ୩,୫୮୮ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ୍ ହୋଇଛି। ସେହିଭଳି ଓଭରଲୋଡ୍ କାରଣରୁ ୬,୬୭୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ୍ ହୋଇଛି । ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା କାରଣରୁ ବି ୭୩୬ଜଣଙ୍କ ଲାଇସେନ୍ସ ସସପେଣ୍ଡ୍ ହୋଇଛି । ସେହି ଅନୁସାରେ ଏବେ ରାଜ୍ୟ ସରକାର ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଚଢ଼ାଉକୁ ଜୋରଦାର କରିଛନ୍ତି ।