ଆଇନକୁ ହାତକୁ ନେଲେ ଗ୍ରାମବାସୀ : ଝିଅଙ୍କୁ କମେଣ୍ଟ୍ ମାରୁଥିବା ଅଭିଯୋଗରେ ଯୁବକଙ୍କୁ ଲଣ୍ଡା କରି ଖୁଣ୍ଟରେ ବାନ୍ଧିଲେ

69

କନକ ବ୍ୟୁରୋ : କମେଣ୍ଟ୍ ମାରି ଲଣ୍ଡା । ଗଂଜାମ କବି ସୂର୍ଯ୍ୟନଗରରେ ହିଣ୍ଡଳ ଗାଁରେ କମେଣ୍ଟ୍ ମାରିଥିବା ୨ ଜଣ ଯୁବକଙ୍କୁ ହଟହଟା ହେବାକୁ ପଡିଛି । ଦୀର୍ଘଦିନ ଧରି ଛାତ୍ରୀମାନଙ୍କୁ କମେଣ୍ଟ୍ ମାରୁଥିବା ଏହି ୨ ଜଣ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଏହା ପରେ ୨ଜଣ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ଲଣ୍ଡା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।

ଅନେକ ସମୟ ଧରି ବାନ୍ଧି ମାଡ଼ ମାରିବା ପରେ ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । ଶେଷରେ ବିଳମ୍ବିତ ରାତିରେ ପୁଲିସ୍ ଗ୍ରାମବାସୀଙ୍କ କବଳରୁ ୨ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା ।

ଦେଖନ୍ତୁ ଏହି ଭିଡିଓ –