ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ: ଏୟାର ଚିଫ ମାର୍ସଲ ବିଏସ ଧନୱା ବଖାଣିଲେ ୨୦ବର୍ଷ ତଳେ ଟାଇଗର ହିଲରେ ଘଟିଥିଲା କଣ ?

142

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରର ଦ୍ରାସ କାର୍ଗିଲ ଅଂଚଳରେ ଥିବା ଟାଇଗର ହିଲ ଉପରେ ୨୦ବର୍ଷ ତଳେ ହୋଇଥିବା ଆକ୍ରମଣର ରିକ୍ରିଏସନ କରାଯାଇଛି ଗୋୟାଲିୟର ଏୟାରବେସରେ । ଏଥିପାଇଁ ବାୟୁସେନା ପକ୍ଷରୁ ମିରାଜ ୨ହଜାରର ବ୍ୟବହାର କରାଯାଇଛି । ଏକ ମଡେଲ ହିଲରେ ବିସ୍ପୋରକର ହେଉଛି ବିସ୍ଫୋରଣ । ଯୁଦ୍ଧ ସମୟରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଏହି ମଡେଲ ମାଧ୍ୟମରେ ଦର୍ଶାଯାଇଛି । ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧକୁ ୨୦ବର୍ଷ ପୁରିଛି । ଏହି ଉପଲକ୍ଷେ ଗୋୟାଲିୟର ଏୟାରବେସରେ ପୁରା ଘଟଣାକୁ ନାଟକୀୟ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଉଦ୍ୟମ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏୟାର ଚିଫ ମାର୍ସଲ ବିଏସ ଧନୱା । ଟାଇଗର ହିଲରେ ସେନା କିପରି ଯୁଦ୍ଧ କରିଥିଲା, ଆଉ କଣ ଥିଲା ମନେରଖିବା ଭଳି ଘଟଣା ସେସବୁ ବଖାଣିଥିଲେ ଏୟାର ଚିଫ ମାର୍ସଲ ବିଏସ ଧନୱା । ଏହି ଅବସରରେ ୫ଟି ମିରେଜ ୨୦୦୦, ଦୁଇଟି ଏମଆଇଜି ୨୧ ଏବଂ ଗୋଟିଏ ସୁଖୋଇ ବିମାନର ପ୍ରଦର୍ଶନ କରାଯାଇଥିଲା । ଗ୍ୟାଲେଂଟ୍ରୀ ଆୱାର୍ଡ ବିଜୟୀ ଅନେକ ସେନା କାମ କରୁଥିବା ଏବଂ ଅବସର ଗ୍ରହଣ କରିଥିବା ସେନା ଅଧିକାରୀ ଏହି କାର୍ଯ୍ୟକ୍ରମ ଭାଗ ନେଇଥିଲେ ।

୨୦ବର୍ଷ ତଳେ ଟାଇଗର ହିଲରେ ଘଟିଥିଲା କଣ ?

୩ ଜୁଲାଇ ୧୯୯୯ । ଟାଇଗର ହିଲ ନିକଟରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ଏହି ଅପରେସନରେ ସାମିଲ ହୋଇଥିଲେ ୧୮ ଗ୍ରେନେଡିୟର୍ସ, ଦୁଇ ନାଗା ଏବଂ ୮ ଶିଖ । ୧୮ ଗ୍ରେନେଡିୟର୍ସକୁ ପୁଣିଥରେ ତିନି ଭାଗରେ ବିଭକ୍ତ କରାଯାଇଥିଲା । ଆଲଫା, ଚାର୍ଲି ଏବଂ ଘାତକ । ଏହି କମ୍ପାନି ଫୋର୍ସ କରିଥିଲେ ଆଟାକ । ଟାଇଗର ହିଲ ଉପରେ ହୋଇଥିବା ଏହି ଆଟାକରେ ୧୦ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ । ଆଉ ୨ଜଣ ଫେରାର ହୋଇଯାଇଥିଲେ । ଏଥିସହ ୫ଜଣ ଭାରତୀୟ ଯବାନ ମଧ୍ୟ ମୃତ୍ୟୁବରଣ କରିଥିଲେ ।