ଆଉ ଜଣେ ଯବାନ୍ ସହିଦ୍ ! ଜୀବନ-ମୃତ୍ୟୁ ସହ ୮ ଦିନର ସଂଘର୍ଷ ପରେ ଦେଶ ପାଇଁ ବଳିଦାନ ଦେଲେ ପାରା କମାଣ୍ଡୋ ସନ୍ଦିପ୍ କୁମାର ।

1,099

ପୁଲୱାମା ଆକ୍ରମଣର ୩ ଦିନ ପୂର୍ବରୁ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗୁରୁତର ଆହତ ହୋଇଥିବା ପାରା କମାଣ୍ଡୋ ସନ୍ଦିପ୍ କୁମାର ୮ ଦିନ ପରେ ଜୀବନ ସହ ସଂଗ୍ରାମ କରି ଶେଷରେ ସହିଦ୍ ହୋଇଯାଇଛନ୍ତି । ସନ୍ଦିପଙ୍କ ଚିକିତ୍ସା ଶ୍ରୀନଗରର ସେନା ହସପିଟାଲରେ ଚାଲିଥିଲା, କିନ୍ତୁ ଗତକାଲି ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଜୀବନର ଅନ୍ତିମ ସମୟରେ ସନ୍ଦିପଙ୍କ ସହ ତାଙ୍କ ପୁରା ପରିବାର ଥିଲେ । ପାରା କମାଣ୍ଡୋ ସନ୍ଦିପଙ୍କ ସହିଦ୍ ଖବର ଗାଁ ହରିୟାଣାରେ ପହଞ୍ଚିବାପରେ ସେଠାରେ ଦୁଃଖର ଲହରୀ ଖେଳିଯାଇଥିଲା ।

 

ସନ୍ଦିପ୍ କୁମାର ୨୦୦୫ ରେ ସେନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଚୟନ ପାରା ସ୍ପେଶାଲ୍ କମାଣ୍ଡୋ ଫୋର୍ସରେ କରାଯାଇଥିଲା । ସନ୍ଦିପ୍ ନିଜ ବାଟାଲିୟନ୍ ର ଏନକାଉଣ୍ଟର ସ୍ପେଶାଲିଷ୍ଟ୍ ଭାବେ ପରିଚିତ ଥିଲେ । ସନ୍ଦିପ୍ ନିଜ ବାପାମା’,ପତ୍ନୀ ଗୀତା,୬ ବର୍ଷର ଝିଅ ଲାବଣ୍ୟା ଏବଂ ୨ ବର୍ଷର ଦୁଇ ଯାଆଁଳା ପୁଅ ରଶିତ୍ ଏବଂ ରତିତ୍ କୁ ପଛରେ ଛାଡିଯାଇଛନ୍ତି । ସନ୍ଦିପ୍ ଙ୍କ ପାର୍ଥୀବ ଶରୀର ଆଜି ତାଙ୍କ ଗାଁକୁ ଅଣାଯିବ । ଯେଉଁଠାରେ ତାଙ୍କୁ ରାଜକୀୟ ସମ୍ନାନର ସହ ଅନ୍ତିମ ବିଦାୟ ଦିଆଯିବ ।