ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ! ଦୁଇ ଆଖି ହରାଇବା ପରେ ବି ଦେଇଥିଲେ ଆତଙ୍କିଙ୍କୁ ମୁହଁତୋଡ ଜବାବ, ପଢନ୍ତୁ ରାଜେଶ ନେଗିଙ୍କ ପୁରା କାହାଣୀ ।

56

ଦେଶର ଯବାନମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି । ବୋର୍ଡର ଉପରେ ହେଉଥିବା ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ କେତେବେଳେ ହାତରେ ଗୁଳି ବାଜିଥାଏ ତ ଆଉ କେତେବେଳେ ଗୋଡରେ ଗୁଳି ବାଜିଥାଏ । କିନ୍ତୁ ଗୁଳି ବାଜିବା ସତ୍ୱେ ବି ଯବାନ ମାନେ ପଛକୁ ହଟିନଥାନ୍ତି । ଶତ୍ରୁ ମାନଙ୍କୁ ପରାସ୍ତ କରିବା ପାଇଁ ଲଢେଇ ଜାରି ରଖିଥାନ୍ତି । ଠିକ ସେହଭଳି ଏକ ଘଟଣା ଘଟିଛି କମାଣ୍ଡୋ ରାଜେଶ ନେଗିଙ୍କ ସହିତ । ୨୦୧୬ ମସିହା ପଠାନକୋଟ ଏୟାରବେସରେ ଜାନୁଆରି ୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଜେଶଙ୍କ ଦୁଇ ଆଖି ଚାଲିଯାଇଥିଲା । ରାଜେଶଙ୍କ ଦୁଇ ଆଖି ନଷ୍ଟ ହୋଇଯିବା ପରେ ମଧ୍ୟ ସେ ପଛକୁ ହଟିଯାଇନଥିଲେ । ବୋର୍ଡର ଉପରେ ରହି ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ସହ ଅଢେଇ ହଜାର ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଏହି ଭଳି ବିରଙ୍କ ପାଇଁ ଭାରତର ଜନସାଧାରଣ ମାନେ ଆଜି ସୁଖ ଶାନ୍ତିରେ ଜୀବନ ନିର୍ବାହ କରିପାରୁଛନ୍ତି ।

ପଠାନକୋଟରେ ସର୍ଚ୍ଚ ଅପରେସନ ସରିବା ପରେ ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ରାଜେଶଙ୍କ ଚିକିତ୍ସା ଚାଲିଥିଲା । ଏହା ପରେ ସେ ଘରକୁ ଫେରିଥିଲେ । ରାଜେଶ ଏବେ ତାଙ୍କ ଝିଅ ଦିସା ଏବଂ ପୁଅ ଆରବଙ୍କୁ ଦେଶର ରକ୍ଷା ପାଇଁ ପ୍ରସ୍ତୁତ କରିବେ ।

ରାଜେଶଙ୍କ କହିବା ଅନୁସାରେ, ପଠାନକୋଟରେ ଆତଙ୍କବାଦୀ ପ୍ରବେଶ କରିବାର ସୂଚନା ମିଳିବା ସଙ୍ଗେ ସଙ୍ଗେ ନିଜ ସାଥିଙ୍କ ସହ ସର୍ଚ୍ଚ ଅପରେସନରେ ଜୁଟିଯାଇଥିଲେ । ଶତ୍ରୁଙ୍କ ସହ ହୋଇଥିବା ଆମ୍ନା-ସାମ୍ନା ଲଢେଇରେ ଆତଙ୍କବଦୀମାନେ ରାଜେଶଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଦେଇଥିଲେ । ଗ୍ରେନେଡ ଫୁଟିବା ଫଳରେ ଗ୍ରେନେଡରୁ ବାହାରିଥିବା ପ୍ଲେଟ୍ସ ରାଜେସଙ୍କ ଦେହରେ ପସିଯିବା ସହ ତାଙ୍କ ଆଖିରେ ମଧ୍ୟ ପସିଯାଇଥିଲା । ଘଟଣା ସ୍ଥଳରେ ରାଜେସ ତାଙ୍କ ଆଖି ହରାଇ ବସିଥିଲେ । ଗମ୍ଭିର ଭାବେ ଆହାତ ହୋଇଥିବା ସତ୍ୱେ ବି ରାଜେସ ଅନ୍ୟ ସୈନ୍ୟ ମାନଙ୍କ ସହ ମିଶି ଅନେକ ଆତଙ୍କବଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ ।

ଯୁଦ୍ଧରେ ବିଜୟ ଲାଭ କରିବା ପରେ ୧୪ ଦିନ ରାଜେସଙ୍କ ଚିକିତ୍ସା ହୋଇଥିଲା । ତାପରେ ସେ ଘରକୁ ଫେରିଥିଲେ । ଘରେ ତାଙ୍କ ସ୍ତ୍ରୀ, ମାତା, ପିତା ଏବଂ ସମସ୍ତ ଗାଁ ଲୋକେ ରାଜେସଙ୍କୁ କାନ୍ଧରେ ବସାଇ ହିରୋ ଭଳି ସ୍ୱାଗତ କରିଥିଲେ ।