ଆସୁଛି ଆକ୍ସନ ସିନେମା ‘କମାଣ୍ଡୋ –୨’

35

କିଛି ଦିନ ମଧ୍ୟରେ ପରଦାକୁ ଆସିବ ସିନେମା ‘କମାଣ୍ଡୋ –୨’ । ଏହି ଆକ୍ସନ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କମେଡି କଳାକାର ଦେଭେନ ଭୋଜାନୀ । ତାଜା ଖବର ଅନୁସାରେ , ‘କମାଣ୍ଡୋ –୨’ରେ ନବେ ଦଶକର ଫିଲ୍ମ ‘ଥାନେଦାର’ ର ଏକ ଗୀତ ରିମେକ୍ ଭାବେ ଶୁଣିବାକୁ ମିଳିବ । ‘ଥାନେଦାର’ରେ ସଂଜୟ ଦତ ଓ ମାଧୁରୀ ଦୀକ୍ଷୀତ ଅଭିନୟ ରହିଥିଲା । ତେବେ ରିମେକରେ ବିଦ୍ୟୁତ ଜମୱାଲ ଓ ଅଦା ଶର୍ମାଙ୍କୁ ଅଭିନୟ ରହିଛି ।

ତେବେ ପୂର୍ବରୁ ହିଟ ଫିଲ୍ମ ‘ବମ୍ବେ’ର ଏକ ଗୀତର ରିମେକ୍ ହେବ ବୋଲି ଶୁଣିବାକୁ ମିଳିଥିଲା । କୌଣସି କାରଣ ପାଇଁ ଏହି ଗୀତକୁ ବାଦ ଦେଇ ‘ଥାନେଦାର’ ଫିଲ୍ମର ଏକ ଗୀତକୁ ସ୍ଥାନ ଦିଆଯାଇଛି । ଏହି ଗୀତଟିର ସୁଟିଙ୍ଗ ଏହି ସପ୍ତାହରେ ମଧ୍ୟରେ ସରିବ ବୋଲି ସୁଚନା ମିଳିଛି । ବିପୁଲ ସାହାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୬ରେ ରିଲିଜ୍ ହେବ ।