କମେଡି କଳାକାରଙ୍କ ଟ୍ରାଜେଡି ପୋଷ୍ଟ! ଫେସବୁକରେ ମହିଳା ବନ୍ଧୁଙ୍କ ଆପତିଜନକ ଫଟୋ ଛାଡ଼ି ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା , ପଢ଼ନ୍ତୁ କଣ ଲେଖିଥିଲେ ବାଳକୃଷ୍ଣ
କନକ ବ୍ୟୁରୋ : ଫେସବୁକରେ ଆପତିଜନକ ପୋଷ୍ଟକୁ ନେଇ ବିବାଦରେ ଅଭିନେତା-ବାଳକୃଷ୍ଣ । ଛୋଟ ପରଦାରୁ ବଡ ପରଦା ଯାଏଁ ପହଂଚିଥିବା ଏହି ହାସ୍ୟ ଅଭିନେତା ଜଣେ ଯୁବତୀଙ୍କ ସହ ବିତାଇଥିବା କିଛି ଅର୍ନ୍ତରଙ୍ଗ ମୂହୁର୍ତର ଚିତ୍ରକୁ ଫେସବୁକରେ ଛାଡି, ଏବେ ବିବାଦ ଘେରକୁ ଚାଲି ଆସିଛନ୍ତି । କମେଡି କଳାକାରଙ୍କ ଏଭଳି ଟ୍ରାଜେଡି କାହାଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପରଦାରେ ନିଜ କମେଡି ଜରିଆରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରି ଦେଉଥିବା ଏହି ଅଭିନେତାଙ୍କ ଜୀବନରେ ହୁଏତ ଆସିବାକୁ ଯାଉଛି ଏକ ବଡ ଧରଣର ଟ୍ରାଜେଡି । କାରଣ ଅଭିନେତା ବାଳକୃଷ୍ଣ ନାୟକ, ଫେସବୁକରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରିବାରେ ଲାଗିଛି । ଜଣେ ମହିଳା ବନ୍ଧୁଙ୍କ ସହ ବିତିଥିବା କିଛି ଅର୍ନ୍ତରଙ୍ଗ ମୂହୁର୍ତର ଚିତ୍ରକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଏକ ବଡ ବିବାଦକୁ ନିମନ୍ତ୍ରଣ ଦେଇଛନ୍ତି ଏହି ଅଭିନେତା ।
ବାଳକୃଷ୍ଣ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି-ଭାବୁଥିଲି ଓଡ଼ିଶାକୁ ନିଜ କମେଡିରେ ହସାଇବି ବୋଲି କିନ୍ତୁ ମୋ ନିଜ ବ୍ୟକ୍ତିଗତ ଜୀବନଟା କମେଡି ହୋଇଗଲା । ଏହା ମୋ ଭଳି ସବୁ ନିରୀହ ଯୁବକଙ୍କ ପାଇଁ । ନିଜ ଇଜ୍ଜତକୁ ବି ତଳେ ପକାଇ ଏହି ପୋଷ୍ଟ କରିଛି । ପରିସ୍ଥିିତି ଏହା କରିବାକୁ ବାଧ୍ୟ କଲା । ମୋ ବାପା-ମା’ଙ୍କ ସ୍ୱପ୍ନକୁ ପୁରଣ କରିପାରିଲି ନାହିଁ ଏହି ଝିଅ ପାଇଁ । ମୋତେ କ୍ଷମା କରିଦେବେ ସମସ୍ତେ । ମୁଁ ଜାଣିଛି ଏହି ପୋଷ୍ଟ ପରେ ମୁଁ ଗିରଫ ବି ହୋଇପାରେ । କାରଣ ଏଠି ସବୁ ନ୍ୟାୟ ଝିଅଙ୍କ ସପକ୍ଷରେ ଯାଏ ।
ଯେଉଁ ଝିଅଙ୍କ ସଂପର୍କରେ ଏହି ପୋଷ୍ଟଟି କରିଛନ୍ତି ଏହି ଅଭିନେତା, ତାଙ୍କ ସହ ପ୍ରେମ ସଂପର୍କରେ ଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ସଂପର୍କରେ ଥିଲେ ସୁଦ୍ଧା ସେ ଅନ୍ୟ ପିଲାଙ୍କ ସହ ଅନୈତିକ ସଂପର୍କ ରଖୁଛନ୍ତି । ଯାହା ତାଙ୍କୁ ବାଧ୍ୟ କରିଥିଲା ଏଭଳି ପୋଷ୍ଟ କରିବା ପାଇଁ । ଆପଣଙ୍କ ମନେ ଥିବ ବାଳକୃଷ୍ଣ ହେଉଛନ୍ତି ସେହି ଅଭିନେତା ନିକଟ ଅତୀତରେ ଗୋଟିଏ ଫିଲ୍ମରେ ବି ସେ ଅଭିନୟ କରିଥିଲେ । ଯାହାର ଟାଇଟଲ୍ ଥିଲା-କ’ଣ କଲା ସେ । ଆଉ ଆଜି ବାଳକୃଷ୍ଣଙ୍କ ପୋଷ୍ଟ ଦେଖିଲା ପରେ ଅନେକ କହୁଛନ୍ତି- କ’ଣ କଲା ସେ ।
ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କରିବା ପାଇଁ ବାରଣ ଥିବା ବେଳେ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।ଏନେଇ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଆଡଭାଇଜାରୀ ଜାରି କରା ଯାଇଥିଲା । ଏଭଳି ସ୍ଥିତିରେ ଜଣେ ଯୁବତୀଙ୍କ ସଂପର୍କରେ ଏପରି ପୋଷ୍ଟ କରିବା କେତେଦୂର ଗ୍ରହଣୀୟ ତାହା ଆଗାମୀ ସମୟ ହିଁ ଜବାବ୍ ଦେବ ।