ହ୍ୱିଲଚେୟାରରେ କମେଡି କ୍ୱିନ୍ ଭାରତୀ ସିଂହ ! ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ, ଭିଡିଓ ହେଲା ଭାଇରାଲ

6

ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି, ଯାହା ଦେଖି ଭାରତୀଙ୍କ ପ୍ରଶଂସକ ଦୁଃଖ କରିବା ସହ ଭାରତୀଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ ବସି ସୁଟିଂ ସେଟକୁ ଆସୁଥିବାର ନଜର ଆସୁଛନ୍ତି । ଭାରତୀଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲେ ମଧ୍ୟ ସୁଟିଂକୁ ଯିବାରେ ଡେରି କରିନାହାଁନ୍ତି। ଭାରତୀଙ୍କୁ ହ୍ଵିଲଚେୟାରରେ ଆସିବାକୁ ସାହାଯ୍ୟ କରିଛନ୍ତି ଅଭିନେତା ରିତ୍ୱିକ ଧନଜାନୀ । ଭାରତୀ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ କ୍ୟାମେରା ଆଡକୁ ଦେଖି ପ୍ରଥମେ ହସିପାରି ନଥିଲେ ମଧ୍ୟ ପରେ ମିଡିଆକୁ ସବୁ ଠିକ ଅଛି ବୋଲି ଇଶାରାରେ କହିଥିଲେ ।

ଦୀର୍ଘଦିନରୁ ଲିଗାମେଣ୍ଟରେ ପୀଡିତ ଭାରତୀ ୨ଦିନ ପୂର୍ବରୁ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଭାରତୀଙ୍କ ପାଦ ସର୍ଜରୀ ହୋଇସାରିଛି କିନ୍ତୁ ସେ ଏବେ ଠିକରେ ଚାଲିବାକୁ ସକ୍ଷମ ନୁହଁନ୍ତି। ଭାରତୀ ଏବେ ସପ୍ତାହେ ହ୍ଵିଲଚେୟାରରେ ରହିବେ । ତେବେ ତାଙ୍କ ଗୋଡର ଏହି ଅବସ୍ଥା ‘ଖତରୋଂ କି ଖିଲାଡୀ’ ସିଜନ୯ରେ ଷ୍ଟଣ୍ଟ ସିନ କରୁଥିବା ସମୟରେ ହୋଇଥିଲା ।

Comments are closed.