ଖବରକାଗଜ ପୃଷ୍ଠାର ତଳେ ଛପିଥିବା ୪ ରଙ୍ଗୀନ ବିନ୍ଦୁର ଅର୍ଥ କ’ଣ ? ଜାଣନ୍ତୁ କ’ଣ ପାଇଁ ଦିଆଯାଇଥାଏ ଏହି ବିନ୍ଦୁ

377

ସମସ୍ତେ ଖବରକାଗଜ ଓ ମ୍ୟଗାଜିନ୍ ପଢି଼ବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଖବରକାଗଜ ପୃଷ୍ଠାର ତଳେ ଛପିଥିବା ୪ ରଙ୍ଗୀନ ବିନ୍ଦୁକୁ ଦେଖି କ’ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିନି । ଆପଣ କେବେ ଚିନ୍ତା କରିଛନ୍ତି ଏହି ବିନ୍ଦୁଗୁଡ଼ିକ କ’ଣ ସୂଚାଏ । କିମ୍ବା ଏହି ବିନ୍ଦୁ ଗୁଡ଼ିକର ଅର୍ଥ କ’ଣ । ତେବେ ଏହାର ଉତ୍ତର ବହୁତ ସହଜ । ଆସନ୍ତୁ ଜାଣିବା ଏହି ବିନ୍ଦୁ ଗୁଡ଼ିକ ଖବରକାଗଜର ତଳେ କାହଁକି ଛପାଯାଇଥାଏ ? ପିଲାଦିନେ ଆପଣ ମୁଖ୍ୟତଃ ୩ଟି ରଙ୍ଗ ବ୍ୟବହାର କରିଥିବେ । ହଳଦିଆ, ଲାଲ ଓ ନୀଳ । ପେଟିଂ ଦୁନିିଆରେ ସବୁ ପ୍ରକାର ରଙ୍ଗ ତିଆରି କରିବା ପାଇଁ ଏହି ମୁଖ୍ୟ ତିନି ରଙ୍ଗର ବ୍ୟବହାର ହୁଏ । କିନ୍ତୁ ପ୍ରିଣ୍ଟି କଥା ଟିକିଏ ଅଲଗା । ପ୍ରିଣ୍ଟିଂ ପାଇଁ ମୁଖ୍ୟତଃ ୪ ପ୍ରକାର ରଙ୍ଗ ବ୍ୟବହାର କରାଯାଲ । ଅଫିସରୁ ଆରମ୍ଭ କରି ଭିଜିଟିଙ୍ଗ କାର୍ଡ଼, ଫ୍ଲେକ୍ସ ନମ୍ବର, ଓ ସମସ୍ତ ଅଫିସିଆଲ ଚିଠିପତ୍ର ୪ଟି ରଙ୍ଗରେ ଛପାଯାଏ । ଏଥିପାଇଁ ଏହାକୁ CMYKରେ ନାମରେ ସମସ୍ତେ ଜାଣନ୍ତି । CMYKର ପୁରାନାମ ହେଲା Cyan, Magenta, Yellow and key (black) ।

ଘରେ ହେଉ କିମ୍ବା ଅଫିସରେ ବ୍ୟବହାର ହେଉଥିବା ଇନଜେକ୍ଟ ପ୍ରିଣ୍ଟର, ଲେଜର ପ୍ରିଂଟର ଠାରୁ ଆରମ୍ଭ କରି ଅପସେଟ୍ ପ୍ରିଟିଂ ପାଇଁ ଏହି ଚାରି ରଙ୍ଗର ବ୍ୟବହାର କରାଯାଏ । ଯଦି କଳା ରଙ୍ଗର ବ୍ୟବହାର କରିବାର ଅଛି ତେବେ K ରଙ୍ଗ ବ୍ୟବହାର କରାଯିବ । ଅନ୍ୟପଟେ କଲର ପ୍ରିଣ୍ଟିଂ ପାଇଁ CMY+K ରଙ୍ଗ ବ୍ୟବହାର କରି ଅଧିକ ଉଚ୍ଚତର ପ୍ରିଣ୍ଟିଂ କରିହେବ । ଖବର କାଗଜ ଛପାଇବାରେ ପ୍ରତିଦନ CMYର ଭିନ୍ନ ଭିନ୍ନ ଅନେକ ଲିଟର କାଳୀ ଖର୍ଚ୍ଚ ହୁଏ ।

ଖବର କାଗଜରେ ଛପା ହୋଇଥିବା ୪ ପ୍ରକାର ରଙ୍ଗର ବିନ୍ଦୁ ଯଦି କ୍ରମରେ ଥାଏ ଆଉ ରଙ୍ଗର ଗାଢ଼ାପଣ ଯଦି ଠିକ୍ ଅଛି ତେବେ ଜାଣି ନିଅନ୍ତୁ ଉକ୍ତ ପୃଷ୍ଠାର ରଙ୍ଗ ବିଲକୁଲ ସଠିକ ଅଛି । ଯଦି ଚାରୋଟି ରଙ୍ଗରେ କୌଣସି ବି ରଙ୍ଗ ଏପଟ ସେପଟ ହୋଇଯିବ, ଅର୍ଥ କୌଣସି ବିନ୍ଦୁ ଅନ୍ୟ ବିନ୍ଦୁ ଉପରେ ଚଢ଼ିଗଲେ ଜାଣିବେ ପୃଷ୍ଠାରେ ଛିପିଥିବା ଫଟୋର ରଙ୍ଗ ଏତେ ଭଲ ନୁହେଁ । ଏହି କ୍ରମରେ ହିଁ ଖବରକାଗଜରେ ଦେଇଥିବା ରଙ୍ଗୀନ ବିନ୍ଦୁର ବ୍ୟବହାର କରାଯାଏ । ଖବରକାଗଜରେ ଦେଇଥିବା ରଙ୍ଗ ବିଷୟରେ ତ ଆପଣ ଜାଣିଗଲେ, ଏବେ ଆସନ୍ତୁ ଟେଲିଭିଜନ ଦୁନିଆର ରଙ୍ଗ ବିଷୟରେ ଜାଣିବା । ଟିଭି, କିମ୍ପ୍ୟୁଟର , ମୋବାଇଲ ଏସବୁ କଲର ଡିସେପ୍ଲକୁ ରଙ୍ଗୀନ କରିବା ପାଇଁ ଲକ୍ଷ ଲକ୍ଷ ରଙ୍ଗ ବ୍ୟବହାର କରାଯାଏ । କିନ୍ତୁ ମାତ୍ର ୩ଟି ମୁଖ୍ୟ ରଙ୍ଗ ହିଁ ଟିଭିକୁ ରଙ୍ଗୀନ କରେ । ଏହି ତିନ ରଙ୍ଗ ହେଲା RGB ତଥା ଲାଲ, ସବୁଜ ଓ ନୀଳ । ଏହି ତିନୋଟି ରଙ୍ଗର ଅଲଗା ଅଲଗା ସେଡ଼୍ ମିଶି ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ଯନ୍ତ୍ରରେ ୧୬ ମିଲିୟନ୍ ରଙ୍ଗ ଭରିଦିଅନ୍ତି ।