ନୟାଗଡ : କଂଟିଲୋ ଅଂଚଳର କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

125

କନକ ବ୍ୟୁରୋ :   ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋ ଅଂଚଳର ଏକ କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଦୁଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ନେଇଛି କଲେଜ । କଲେଜରୁ ଛାତ୍ରଛାତ୍ରୀ ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ  ରାଜ୍ୟରେ ସାଇବର୍‌ ଅପରାଧ କାୟା ମେଲାଇବାରେ ଲାଗିଛି । ଓଡ଼ିଶା ପୁଲିସ ନିଜକୁ ଯେତେ ଚାଲାକ୍‌ ଭାବିଲେ ବି ସାଇବର୍‌ ଅପରାଧୀ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଛନ୍ତି । ସାଇବର୍‌ ସେଲ୍‌ ପ୍ରତିଷ୍ଠା ହେବା ଦିନରୁ ଅପରାଧ କମିବା ବଦଳରେ ବଢ଼ିଚାଲିଛି ।  ସବୁଠୁ ଉଦ୍‌ବେଗର ବିଷୟ ୨୦୧୭ରେ ୯୩ଜଣ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ଭାଇରାଲ୍‌ ହୋଇଛି ।  ୨୦୧୫ରେ ୪୨ଜଣଙ୍କ ଭିଡିଓ ଭାଇରାଲ୍‌ ହୋଇଥିବାବେଳେ, ୨୦୧୬ରେ ୪୦ଜଣଙ୍କର ଭାଇରାଲ୍‌ ହୋଇଛି । ତେବେ ତଥ୍ୟ ଯାହା ହେଉନା କାହିଁକି  ଏହାର ଢେର୍‌ ଗୁଣା ଅଧିକ ଭିଡ଼ିଓ ଏବେ ବଜାରରେ ବୁଲୁଛି । ପୀଡ଼ିତା ଲଜ୍ଜାରେ ପୁଲିସ ପାଖରେ ଅଭିଯୋଗ କରିନଥିବାରୁ ପୁଲିସ ବି ମାମଲା ରୁଜୁ କରିପାରୁନି । ସାଇବର୍‌ ସେଲ୍‌ କେବଳ ଅଭିଯୋଗ ଆସିଥିବା ଅପରାଧକୁ ପଞ୍ଜୀକୃତ କରିଛି ।