ହ୍ୱାଏ-ଆଇ-ଷ୍ଟାଣ୍ଡ-ଫର ମିଟିଂରେ ଉଠିଲା ପଡ଼ିଲା କଲେଜ କ୍ୟାମ୍ପସ୍ : ଭାଷଣ ଦେଇ, ଗୀତ ଗାଇ ଭୋଟ ଦେବାକୁ କଲେ ଅନୁରୋଧ

53

କନକ ବ୍ୟୁରୋ : ପ୍ରତିଶ୍ରୁତିରେ ପୁରି ଉଠିଲା କ୍ୟାମ୍ପସ । ନିର୍ବାଚନ ପୂର୍ବରୁ ମନ କଥା କହିଲେ ଆଶାୟୀ ପ୍ରାର୍ଥୀ । ପାଖରେ ଥିଲା ଶେଷ ସୁଯୋଗ । ଆଉ ଶେଷ ଦିନରେ ଭାଷଣ ଜରିଆରେ ସମର୍ଥନ ମାଗିଛନ୍ତି ଆଶାୟୀ ପ୍ରାର୍ଥୀ । ନିର୍ବାଚନର ଦିନକ ପୂର୍ବରୁ ଆଜି ସରିଛି ହ୍ୱାଏ-ଆଇ-ଷ୍ଟାଣ୍ଡ-ଫର ମିଟିଂ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମୁହଁରେ ଥିଲା ବଡ ବଡ ନେତାଙ୍କ ଭଳି ଅନ୍ଦାଜ ।

କେଉଁଠି ବଡ ପଟୁଆର ଓ ଶୋଭାଯାତ୍ରା ତ ଆଉ କେଉଁଠି ଜମିଥିଲା ନାଚଗୀତର ଆସର । ଡ୍ରାମାଟିକ୍ ସେକ୍ରେଟାରୀ ପାଇଁ ଆଶାୟୀ ପ୍ରାର୍ଥୀ ନାଚି ଗାଇ ନିଜ ଦମ ଦେଖାଇଥିଲେ କ୍ୟାମ୍ପସରେ । କମ୍ପିଲା କ୍ୟାମ୍ପସ । ବାଜା, ବାଣ ସାଙ୍ଗକୁ ବିରାଟ ପଟୁଆର । ଶହ ଶହ ଛାତ୍ରଛାତ୍ରୀଙ୍କ ଗହଣରେ କ୍ୟାମ୍ପସକୁ ଆସିଥିଲେ ଆଶାୟୀ ପ୍ରାର୍ଥୀ । ମୁଁ କାହିଁକି ଠିଆ ହୋଇଛି , ସେନେଇ ରଖିଥିଲେ ଭାଷଣ ।

ରାତି ପାହିଲେ ନିର୍ବାଚନ । ଛାତ୍ରଛାତ୍ରୀ ବାଛିବେ ସେମାନଙ୍କ ପସନ୍ଦର ନେତା । ଏହାରି ଭିତରେ ଆଜି ଶେଷଥର ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଆଉ ଏହାରି ଭିତରେ ସରଗରମ ହୋଇଉଠିଛି କଲେଜ କ୍ୟାମ୍ପସ୍ ଓ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରାର୍ଥୀଙ୍କୁ ସମର୍ଥନ ଯୁଟାଇବା ପାଇଁ ବାହାରିଛନ୍ତି ।