ଉଗ୍ରରୂପ ନେଲା ପ୍ରାକ୍ ନିର୍ବାଚନୀ ହିଂସା ! ରାଜ୍ୟର ବିଭିନ୍ନ କଲେଜରେ ସାଇନ୍ –ଏ – ଡାଏ ଘୋଷଣା

27

କନକ ବ୍ୟୁରୋ : ଆସନ୍ତା ୨୩ରେ କଲେଜ ଇଲେକ୍ସନ ଥିବା ବେଳେ କାଲି ନୋମିନେସନ । କିନ୍ତୁ ଏହା ପୂର୍ବରୁ ବିଭିନ୍ନ କଲେଜରେ ଅଶାନ୍ତି ଲାଗି ରହିଥିବାରୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଯାଜପୁର ବ୍ୟାସନଗରରର ସ୍ୱୟଂଚାଳିତ ମହାବିଦ୍ୟାଳୟ , ନୀଳଗିରିର ମିତ୍ରପୁର କଲେଜ ଓ ଔପଦା କଲେଜରେ ସାଇନ-ଏ – ଡାଏ ଘୋଷଣା କରାଯାଇଛି । ବ୍ୟାସନଗର ସ୍ୱୟଂଚାଳିତ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସାମାନ ପାଟିତୁଣ୍ଡ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି ।

ଫଳରେ କଲେଜରେ ସାଇନ -ଏ-ଡାଏ ଘୋଷଣା କରାଯାଇଛି । ସେହିପରି ନୀଳଗିରି ମିତ୍ରପୁର କଲେଜ ଓ ଔପଦା କଲେଜରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଇନ -ଏ ଡାଏ ଘୋଷଣା କରାଯାଇଛି । ଔପଦା କଲେଜରେ ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ମିତ୍ରପୁର କଲେଜରେ ମଧ୍ୟ କିଛି ଦାବି ପୂରଣ ନେଇ ଗୋଟିଏ ଛାତ୍ର ଗୋଷ୍ଠୀ କଲେଜରେ ତାଲା ପକାଇଦେଇଥିଲେ । ଏହାକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠୀ ଗଣ୍ଡଗୋଳ କରିଥିଲେ ।