ଛାତ୍ର ସଂସଦ ନିର୍ବାଚନ ନେଇ ଆସିବ ବିଜ୍ଞପ୍ତି : ଆଜି କ୍ୟାପିଟାଲ ଲ କଲେଜ ଓ ବିଜେବି କଲେଜ ନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

43

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛିି, ସେତିକି ଅଶାନ୍ତ ହେଉଛି କଲେଜ୍ କ୍ୟାମ୍ପସ । ଆଜି କଲେଜରେ ନର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ  ଆସନ୍ତାକାଲି ଠାରୁ ନାମାଙ୍କନ ଦାଖଲ କରିବେ ପ୍ରର୍ଥୀ । ଭୁବନେଶ୍ୱର କ୍ୟାପିଟାଲ ଲ କଲେଜରେ ସାଇନ-ଡାଏ ଘୋଷଣା ପରେ ନିର୍ବାଚନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଆଜି ଅପରାହ୍ନର ବସିବାକୁ ଥିବା ବୈଠକରେ ନିର୍ବାଚନ ହେବ ନା ନାହିଁ ସେନେଇ ନିଷ୍ପତି ହେବ । କଲେଜରେ ସାଇନ୍ ଡାଏ ଘୋଷଣା ପରେ କିଛି ଛାତ୍ର ଗୋଷ୍ଠୀ ନିର୍ବାଚନ ହେବା ପାଇଁ ଚାହୁଁଛନ୍ତି । ଛାତ୍ର କଂଗ୍ରେସ, ବିଜୁ ଛାତ୍ର ଜନତା ଜଳ ଓ ଏବିଭିବି ସେମାନଙ୍କର ନିର୍ବାଚନ ପ୍ରସ୍ତୁତି ସହ ଇଲେକ୍ସନ କ୍ୟାମ୍ପନିଂ ମଧ୍ୟ ଜୋରଦାର କରିଛନ୍ତି ।

ସେପଟେ ବିଜେବି କଲେଜରେ ମଧ୍ୟ ନିର୍ବାଚନ ହେବ କି ନାହିଁ ତାକୁ ନେଇ ସନ୍ଦେହ ରହିଛି । ବିଜେବି କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ? ଆଜି ଏନେଇ ହେବ କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଆଜିର ବୈଠକ ଉପରେ ଛାତ୍ର ସଂଗଠନର ନଜର । ଦୁଇ ଦିନ ତଳେ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖା ଦେଇଥିଲା । ସାଇନ୍ସ ବ୍ଲକରେ ଥିବା କ୍ୟାଂଟିନ ନିକଟରେ ଏକ ସୁତୁଲି ବୋମା ଫିଙ୍ଗା ଯାଇଥିଲା । ଏହି ଘଟଣାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଲିଙ୍ଗଡୋ କମିଶନଙ୍କ ସୁପାରିଶ ଆଧାରରେ ଛାତ୍ର ସଂସଦ ନିର୍ବାଚନ ଆଜି ବୈଠକରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –