ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଜାରି : କଲେଜରେ ବ୍ୟାପକ ବ୍ୟବସ୍ଥା

42

vlcsnap-2016-10-05-08h49m54s922କନକ ବ୍ୟୁରୋ : ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ କରୁଛନ୍ତି ଛାତ୍ରଛାତ୍ରୀ । ନିଜ କଲେଜର ଛାତ୍ର ପ୍ରତିନିଧି ଚୟନ କରିବେ ଛାତ୍ରଛାତ୍ରୀ । ନିର୍ବାଚନ ହେଉଥିବା କଲେଜରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜ ପରିଚୟ ପତ୍ର ଦେଖାଇବା ପରେ ଛାତ୍ରଛାତ୍ରୀମାନେ ଭୋଟ ଦେଉଛନ୍ତି ।

ସେପଟେ ଗତକାଲି ନିଜ ଲକ୍ଷ୍ୟ ଆଉ ଆଭିମୁଖ୍ୟ ନେଇ ପିଲାଙ୍କୁ ବକ୍ତବ୍ୟ ରଖିଥିଲେ ପ୍ରାର୍ଥୀମାନେ । ଏହା ପିଲାଙ୍କ ଭିତରେ କେତେ ଆଗ୍ରହ ସୃଷ୍ଟି କରିପାରିଛି, ତାହା ଆଜି ଜଣାପଡିବ । ମତଦାନ ପରେ ସଂଧ୍ୟାରେ ଭୋଟ ଗଣତି ହେବ ଏବଂ ଆସନ୍ତାକାଲି ଶପଥପାଠ ଉତ୍ସବ ହେବ ବୋଲି ଜଣାପଡିଛି ।

ଆରପଟେ ବାଣୀବିହାର ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଡଭୋକେଟ ଜେନେରାଲଙ୍କୁ ପରାମର୍ଶ ମାଗିଥିଲେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । କିନ୍ତୁ ଏନେଇ ବର୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ଆଜି ସେ ଭୋଟ ଲଢିବାର ସୁଯୋଗ ପାଇଛନ୍ତି । ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ଏହା ତୀବ୍ରରୂପ ନେବା ସମ୍ଭାବନା ରହିଛି ।