କୋରାପୁଟ ପଲିଟେକନିକ କଲେଜରେ ଅଭାବନୀୟ ଘଟଣା ! ଉୁଷୁଡ଼ିଲା ଛାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

28

କନକ ବ୍ୟୁରୋ : କଲେଜ ଛାତ ପଡ଼ି ଭାଙ୍ଗିଯାଇଛି ଛାତ୍ରଛାତ୍ରୀଙ୍କ ବାଇକ୍, ସୌଭାଗ୍ୟବଶତଃ ବଂଚି ଯାଇଛି ଜୀବନ । ଏଭଳି ଅଘଟଣ ଘଟିଛି କୋରାପୁଟ ପଲିଟେକ୍ନିକ କଲେଜରେ । କଲେଜର ଏଭଳି ସ୍ଥିତିକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗିୟ ଯନ୍ତ୍ରୀ ।

କୋରାପୁଟ ଜିଲ୍ଳା ଆମ୍ବାଗୁଡ଼ା ସ୍ଥିତ ପଲିଟେକ୍ନିନକ କଲେଜରେ ଭୁଷୁଡି ପଡିଛି ଛାତ । କଲେଜର ଆଡ଼ମିନଷ୍ଟ୍ରେଟିଭ ବଲ୍ଡିଂ ସହ କ୍ଳାସ ରୁମ ତିଆରି ହେଉଥିବା ବେଳେ ଭୁଷୁଡି ପଡିଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ଏକ ବଡ଼ ଧରଣର ବିପଦ ଟଳି ଯାଇଛି ହେଲେ ଛାତ୍ରଛାତ୍ରୀଙ୍କ ବାଇକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ଗୃହ ନିର୍ମାଣ ସଂସ୍ଥାକୁ ଦାୟୀ କରୁଥିବା ବେଳେ ଗୃହ ନିର୍ମାଣ ବିଭାଗ ସମ୍ପୃକ୍ତ ଠିକା ସଂସ୍ଥା ମୁଣ୍ଡରେ ଦୋଷ ଲଦି ଦେଇଛି ।

୪ ଶହ ପିଲା ପାଢ଼ୁଥିବା କୋରାପୁଟ ପଲିଟେକ୍ନିକ୍ କଲେଜ କୋଠା ନିର୍ମାଣକୁ ବର୍ଷେ ନପୂରୁଣୁ କାନ୍ଥ ଫାଟି ଆଁ କରିଛି । ବର୍ଷା ଦିନେ ଅନେକ ସ୍ଥାନରେ ପାଣି ଗଳୁଥିବାରୁ ପାଠ ପଢାରେ ସମସ୍ୟା ଉପୁଜୁଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନେକ ସମୟରେ ସ୍କୁଲ- କଲେଜ କାଂଥ ପଡି ଅଘଟଣର ନଜିର ରହିଛି । ତେଣୁ କୋରାପୁଟର ଏହି ସରକାରୀ କଲେଜରେ ସେଭଳି କିଛି ଦୁର୍ଘଟଣା ଘଟିବା ଆଗରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।