ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ମନ୍ତ୍ର : ଆରମ୍ଭ ହେଲା ଆଇଏଏସ୍ ଅଫିସରଙ୍କ କର୍ମଶାଳା,ନିଜେ ବୁଲିଲେ, ତଦାରଖ କଲେ

23

କନକ ବ୍ୟୁରୋ : ସରକାରୀ ଯୋଜନାକୁ ଲୋକଙ୍କ ପାଖରେ କିଭଳି ଠିକ୍ ଭାବେ ପହଁଚାଇ ହେବ ସେ ନେଇ ଚିନ୍ତା କରିବାକୁ ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ତିନିଦିନିିଆ ଜିଲ୍ଲାପାଳଙ୍କ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଥ୍ରୀ-ଟି – ଅର୍ଥାତ୍ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟିମ୍ୱାର୍କ ଜରିଆରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳମାନଙ୍କୁ ୫ଟି ଗ୍ରୁପରେ ବିଭକ୍ତ କରାଯାଇଛି ଓ ସେମାନେ ଦଶଟି ସେବା କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିପାରିବେ ସେ ନେଇ ବିଚାର ଚଳାଇଛନ୍ତି । ବିଭିନ୍ନ ସମ୍ମିଳନୀ କକ୍ଷରେ ଚାଲିଥିବା ଏଭଳି ତିନିଟି ୱାର୍କିଂ ଗ୍ରୁପର ବୈଠକ ପରିଦର୍ଶନ କରି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟରେ ସାଧାରଣ ଲୋକମାନେ ମଧ୍ୟ ୧୦ଟି ସେବାରେ ଉନ୍ନତି ପାଇଁ ୩୦ ତାରିଖ ସୁଦ୍ଧା ୱେବସାଇଟ୍ ଜରିଆରେ ମତାମତ ଦେଇପାରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।