ପ୍ରଶିକ୍ଷଣ କାର୍ଯ୍ୟରେ ଅନୁପସ୍ଥିତ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଚେତାବନୀ । କହିଲେ, ନିର୍ବାଚନ କାର୍ଯ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

161

କନକ ବ୍ୟୁରୋ : ଜୟଦେବ ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ୧୫ ଶହ ଅଧିକାରୀ ଓ କର୍ମଚାରୀ ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ଉପଖଣ୍ଡଠାରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୬୬ ଜଣ ନିୟୋଜିତ କର୍ମଚାରୀ ଅନୁପସ୍ଥିତ ଥିଲେ ।

ଏଭଳି ଘଟଣାକୁ ଗୁରୁତର ସହ ବିବେଚନା କରି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ, ଅନୁପସ୍ଥିତ କର୍ମଚାରୀଙ୍କୁ ଆସନ୍ତାକାଲି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନିକଟରେ ହାଜର କରାଇବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଜନିତ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମତାମତ

Your email address will not be published.