ମାଷ୍ଟର୍ ସାଜିଲେ ଜିଲ୍ଲାପାଳ ! ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ପିଲାମାନଙ୍କୁ ସ୍କୁଲରେ ପଢାଇଲେ ପାଠ

43

କନକ ବ୍ୟୁରୋ : ମାଷ୍ଟର ସାଜିଲେ ଜିଲ୍ଲାପାଳ । ସ୍କୁଲରେ ପାଠପଢା, ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କଲେ, ପିଲାମାନଙ୍କୁ ପାଠ ପଢାଇଲେ ।

ସମ୍ବଲପୁରର ଜିଲ୍ଲାପାଳ ସମର୍ଥ ବର୍ମା କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି । ଏହି ଦୁଇ ଜିଲ୍ଲାପାଳ ନିଜ ଜିଲ୍ଲାର ସ୍କୁଲଗୁଡିକରେ କିପରି ପାଠ ପଢା ହେଉଛି ତାହାର ତଦାରଖ କରିବା ସହ ନିଜେ ମାଷ୍ଟର ସାଜି ପିଲାଙ୍କୁ ପାଠ ମଧ୍ୟ ପଢାଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରାଯାଇଛି ।

ସମ୍ବଲପୁରର ନକ୍ସାପାଲି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଳାପାଳ ସମର୍ଥ ବର୍ମା । ପିଲାଙ୍କୁ ପାଠ ପଢାଇବା ସହ ପିଲାମାନଙ୍କ ଉପସ୍ଥାନ କମ ଥବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ସେହିପରି କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରି ପାଠପଢା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କିପରି ଚାଲିଛି, ସେ ନେଇ ତଦାରଖ କରିଥିଲେ । ଆଶ୍ରମ ସ୍କୁଲରେ ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଯାଂଚ କରିଥିଲେ ଜିଲ୍ଲାପାଳ । ଦୁଇ ଜିଲ୍ଲାପାଳଙ୍କ ଅଚାନକ ସ୍କୁଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସଜାଗ କରିଦେଇଛି ।