ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କ ହାତରେ ରହିଲା ସବୁ କ୍ଷମତା : ଦେଶୀ-ବିଦେଶୀ ମଦ ଦୋକାନ ପାଇଁ ଲୋଡ଼ା କଲେକ୍ଟରଙ୍କ ଅନୁମତି

54

କନକ ବ୍ୟୁରୋ : ମଦ ଦୋକାନ ଖୋଲିବା ପାଇଁ ଏଣିକି ଜିଲ୍ଲାପାଳଙ୍କ ହାତରେ ରହିବ ଏକକ କ୍ଷମତା । ଦେଶୀ, ବିଦେଶୀ ସମସ୍ତ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଏକକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ଅବକାରୀ ଆଇନ୍-୨୦୦୮ ଅନୁଯାୟୀ ରାଜ୍ୟ ସରକାର, ଜିଲ୍ଲାପାଳମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ।

ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଅବକାରୀ ବିଭାଗ ଏହି ଲାଇସେନ୍ସ ପ୍ରଦାନ କରୁଥିଲେ । ଦେଶୀ, ବିଦେଶୀ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି କରିବା ପାଇଁ ସରକାର ଲାଇସେନ୍ସ ପ୍ରଦାନ କରିବେ । ଏହା ସହିତ କଟକ, କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂହପୁର ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଦା ଓ ନୟାଗଡ଼ ଏହି ୯ଟି ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିରେ ଗ୍ରାହକଙ୍କୁ ମଦ ପଇବାକୁ ମଧ୍ୟ ଅନୁମତି ଦିଆଯାଇଛି ।