ହୃଦୟ ଜିତିଲେ ଜିଲ୍ଲାପାଳ ! ସ୍କୁଲ ଗସ୍ତରେ ଗଲେ, ପିଲାମାନଙ୍କ ସହ ବସି ମିଡ୍ ଡେ ମିଲ୍ ଖାଇଲେ ।

28

କେରଳରେ ଜଣେ ଆଇଏଏସ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ଏକ ମହାନ କାମ ପାଇଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏବଂ ଅନେକ ପ୍ରଂଶସା ସାଉଁଟିଛନ୍ତି । ସୁହାସ ଶିବାନା ନାମକ ଏହି ଅଧିକାରୀ ଏବେ ସମୟରେ ଅଲେପୂଜା ଜିଲ୍ଲାରେ ପଦସ୍ଥ ଅଛନ୍ତି । ସେ ବାୟନ୍ଦା ଜିଲ୍ଲାର ଆଦିବାସୀ ପିଲାମାନଙ୍କ ସହ ଦେଖା ହେବା ପାଇଁ ଯାଇଥିଲେ । ପିଲାମାନଙ୍କ ସହ ସେ ତଳେ ବସିଥିଲେ ଏବଂ ସେମାନଙ୍କ ସହ ମିଡ୍ ଡେ ମିଲ୍ ମଧ୍ୟ ଖାଇଥିଲେ ।

ତେବେ ଗତ ସପ୍ତାହରେ ସେ ଶ୍ରୀ ଦେବୀ ବିଳାସମ ସ୍କୁଲର ନିରୀକ୍ଷଣ କରିବା ପାଇଁ ଯାଇଥିଲେ । ସେଠାରେ ଜାଣିବାକୁ ପାଇଥିଲେ ଯେ, ପୁରା କ୍ଷେତ୍ରରେ ସର୍ବାଧିକ ଛାତ୍ରମାନଙ୍କ ସଂଖ୍ୟା ଏହି ସ୍କୁଲର ଅଟେ । ଏବଂ ଏହି ସ୍କୁଲରେ ଉତ୍ତମ ମାନ୍ନର ମିଡ୍ ଡ ମିଲ୍ ଦିଆଯାଇଥାଏ । କେନ୍ଦ୍ର ସରକାରଙ୍କର ଏହି ଯୋଜନାର ଏଠାରେ ସଠିକ୍ ଏବଂ ଉତ୍ତମ ଭାବେ କ୍ରୀୟାଶୀଳ କରାଯାଇଛି । ଏଠାକାର ଭୋଜନର ସବୁଠାରୁ ଖାସ କଥା ହେଉଛି, ଏଠାରେ ଭୋଜନରେ ପୋଷକ ତତ୍ତ୍ୱ ମଧ୍ୟ ମିଶାଯାଇଥାଏ, ଯାହାକି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଜିଲ୍ଲାପାଳଙ୍କ ଏହି ଭଲକାମ ପରେ ଅଲ୍ଲେପୂଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ଫେସବୁକ ପେଜରେ ଏହି ପରିଦର୍ଶନର ଫଟୋ ସେୟାର କରାଯାଇଛି ।