କଲେକ୍ଟର ହେଲେ ଡ୍ରାଇଭର । ନିଜେ ଗାଡି ଚଳାଇ ସମ୍ମାନର ସହ କର୍ମଚାରୀଙ୍କୁ ଛାଡିଲେ ଘରେ

72

ବରିଷ୍ଠ ଅଧିକାରୀମାନେ ବେଳେବେଳେ ନିଜ ଅଧୀନସ୍ତ କର୍ମଚାରୀଙ୍କ ଭଲ କାମ ପାଇଁ ପୁରସ୍କୃତ କରିଥାନ୍ତି । ଆଉ ପୁରସ୍କୃତ କରିବାର ତରିକା ସବୁ ବରିଷ୍ଠ ଅଧିକାରୀଙ୍କର ଏକାପ୍ରକାର ନୁହେଁ । କିନ୍ତୁ ଜଣେ ଜିଲ୍ଲାପାଳ ନିଜ ଡ୍ରାଇଭରଙ୍କ ଭଲ କାମ ପାଇଁ ଏଭଳି ପ୍ରଶଂସନୀୟ କାମ କରୁଛନ୍ତି ଯାହା ଆପଣ କେବେ କଳ୍ପନା କରିପାରିବେ ନାହିଁ ।

ଏସମସ୍ତ ଘଟଣା ହେଉଛି ମୁଙ୍ଗେର ଜିଲ୍ଲାର । ସଂଭତ ରାମ ଯିଏ ୩୨ ବର୍ଷ ଧରି ଜିଲ୍ଲାପାଳଙ୍କ ଡ୍ରାଇଭର ଭାବେ କାମ କରୁଥିଲେ ସେ ଅବସର ନେଇଥିଲେ । ତାଙ୍କ ଅବସରକାଳୀନ ଉତ୍ସବରେ ଜିଲ୍ଲାପାଳ ଉଦୟ କୁମାର ସିଂହ ସରକାରୀ ଗାଡିରେ ତାଙ୍କୁ ପଛ ସିଟରେ ବସାଇଥିଲେ । ଆଉ ନିଜେ ଡ୍ରାଇଭିଂ କରି ତାଙ୍କ ଘରକୁ ନେଇଥିଲେ ।

ଜିଲ୍ଲାପାଳ କହିଥିଲେ, ସଂଭିତ ୩୨ ବର୍ଷ ନିଷ୍ଠାର ସହ କାମ କରିଛନ୍ତି । ସେ ଅନେକ ଜିଲ୍ଲାପାଳଙ୍କ ସହ କାମ କରିଛନ୍ତି । କାମ ପ୍ରତି ତାଙ୍କ ନିଷ୍ଠା ଦେଖି ଆଜି ତାଙ୍କୁ ମୁଁ ସମ୍ମାନ ଜଣାଇ ମୋ ଗାଡି ଚଳାଇ ତାଙ୍କ ଘରେ ଛାଡିଥିଲି ।

ଆଖିରେ ଆସିଯାଇଥିଲା ଲୁହ

ସମ୍ପତ ରାମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଘରକୁ ଫେରିବା ସମୟରେ ଜିଲ୍ଲାପାଳ ସାହେବ କାରରେ ବସିବା ପାଇଁ କହିଥିଲେ । ମୁଁ କାରର ଡୋର ଖସଲି ମୋ ସିଟରେ ବସିବା ପାଇଁ ଯାଉଥିଲି । କିନ୍ତୁ ଜିଲ୍ଲାପାଳ ମତେ ମନାକରିଥିଲେ ଏବଂ କହିଥିଲେ ତୁମେ ଆଜି ଗାଡି ଚଳାଇବ ନାହିଁ । ତୁମେ ପଛରେ ବସ । ମୁଁ କିଛି ବୁଝିପାରିନଥିଲି । ତାଙ୍କୁ ଚାବି ଦେଇଦେଇଥିଲି । ସେ କାରର ପଛ ଡୋର ଖୋଲିଦେଇଥିଲେ ଏବଂ ବସିବା ପାଇଁ ମୋତେ କହିଥିଲେ ।

ଆଜି ପର୍ଯ୍ୟନ୍ତ ସେ ଏତେ ସମ୍ମାନ କେଉଁଠୁ ପାଇନଥିବା କହିଥିଲେ ସଂଭତ । ଜିଲ୍ଲାପାଳ ଗାଡି ଚଲାଇବା ଦେଖି ସଂଭତଙ୍କ ଆଖିରୁ ଲୁହ ବାହାରିଆସିଥିଲା । ୧୯୮୩ ମସିହାରେ ସେ ଡ୍ରାଇଭର ଭାବେ ଲଖିସରାଇ ପରେ ମୁଂଗେରରେ ସେ ୩୨ ବର୍ଷ ଗାଡି ଚଲାଉଥିଲେ । ଗତକାଲି ସେ ଅବସର ନେଇଥିଲେ । ତାଙ୍କ ସହକର୍ମୀମାନେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି କାମକୁ ନେଇ ଜିଲ୍ଲା ସାରା ଚର୍ଚ୍ଚା ହେଉଛି ।