ଭୁବନେଶ୍ୱରରେ ଚାଲିଛି ଜିଲ୍ଲାପାଳଙ୍କ ସମ୍ମିଳନୀ : ଆଜି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଶେଷ ହେବ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏହି ଅବସରରେ ୩ ଜଣ ଦକ୍ଷ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସମ୍ମାନୀତ କରିବେ । ନୂଆ ଢଙ୍ଗରେ ଯୋଜନାକୁ କାର୍ଯ୍ୟକାରୀ କରିଥିବା ଅଧିକାରୀଙ୍କୁ ଏହି ସମ୍ମାନ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟ ତଦାରଖ ପାଇଁ କମିଟିରେ ମନ୍ତ୍ରୀ ଦାମୋଦର ରାଉତଙ୍କ ସମେତ ମନ୍ତ୍ରୀ ଉଷା ଦେବୀ ଓ ଦେବୀପ୍ରସାଦ ମିଶ୍ର ସ୍ଥାନ ପାଇଛନ୍ତି । ସେହିପରି ତିନି ଜଣ ବରିଷ୍ଠ ପ୍ରଶାସକ ଆର ବାଲକ୍ରିଷ୍ଣନ, ଆରତୀ ଆହୁଜା ଓ ସୁରେଶ ମହାପାତ୍ର ମଧ୍ୟ ଏହି କମିଟିରେ ରହିଛନ୍ତି । ମନ୍ତ୍ରୀ ଦାମ ରାଉତ କହିଛନ୍ତି ଭଲ କାର୍ଯ୍ୟ କରିଥିବା ୭ ଜଣ ଜିଲ୍ଲାପାଳ ପୁରସ୍କାର ପାଇଁ ରେସରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ ପୁରସ୍କୃତ କରାଯିବ । ସେପଟେ ଆଜି ବିଭିନ୍ନ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମସ୍ତ ଏସପି ଉପସ୍ଥିତ ରହିବେ ।