ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପୁରସ୍କୃତ ହେବେ ରାଜ୍ୟର ଶ୍ରେଷ୍ଠ ଜିଲ୍ଳା

11

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜିଲ୍ଲାପାଳ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସରକାରୀ ଯୋଜନା କାର୍ଯ୍ୟାକାରୀ କରୁଥିବା ଶ୍ରେଷ୍ଠ ଜିଲ୍ଲାଗୁଡିକୁ ପୃରସ୍କୃତ କରିବା ପାଇଁ ଘୋଷଣା କରିଛନ୍ତି ନବୀନ । ପକ୍କାଘର ଯୋଜନା କାର୍ଯ୍ୟକାରୀ କରୁଥିବା ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି । ସେହିପରି ବିପିଏଲ ବିଦ୍ୟୁତ ଯୋଗାଣରେ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି । ଆଦିବାସୀ ବିକାଶରେ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି । ନିର୍ମାଣ ଶ୍ରମିକ କଲ୍ୟାଣ, ଦକ୍ଷତା ବିକାଶ ଓ ନିଯୁକ୍ତିୁ ସୃଷ୍ଟିରେ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଏସଏଚଜି ଗ୍ରୁପକୁ ଋଣ ଯୋଗାଣରେ ଶ୍ରେଷ୍ଠ ଜିଲ୍ଲାକୁ ୧ କୋଟି ଏବଂ ଶ୍ରେଷ୍ଠ ମଡେଲ ପଂଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ବିଭିନ୍ନ ଯୋଜନାରେ ୪ ଲକ୍ଷ ଲୋକଙ୍କୁ ପେନସନ ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଗଷ୍ଟ ସୁଦ୍ଧା ଆଉ ୩ ଲକ୍ଷ ଲୋକଙ୍କୁ ପେନସନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଆଜି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ଖାଦ୍ୟ ସୁରକ୍ଷା ନେଇ ଆଲୋଚନା, ନିର୍ମାଣ ଶ୍ରମିକଙ୍କ ଉନ୍ନତି, ଜଳ ସେଚନ, ମଧୁବାବୁ ପେନସନ ଯୋଜନା ନେଇ ପ୍ରଥମ  ପର୍ଯ୍ୟାୟରେ ଆଲୋଚନା । ଦ୍ୱିତୀୟ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗରେ ଆଲୋଚନା ହେବ । ଏହି ଅବସରରେ ସମସ୍ତ ଏସପି ଉପସ୍ଥିତ ରହିବେ । ଏଥିସହ ଆଜି ୩ ଜଣ ଦକ୍ଷ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସମ୍ମାନୀତ କରିବେ । ନୂଆ ଢଙ୍ଗରେ ଯୋଜନାକୁ କାର୍ଯ୍ୟକାରୀ କରିଥିବା ଅଧିକାରୀଙ୍କୁ ଏହି ସମ୍ମାନ ଦିଆଯିବ ।