ସୁନ୍ଦରଗଡରେ ପଥରଗାଡି ଶାସନକୁ କାଉଂଟର କରିବାକୁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ : ଜିଲ୍ଲାପାଳ ଆରମ୍ଭ କଲେ ପ୍ରଜାକୋର୍ଟ

44

କନକ ବ୍ୟୁରୋ : ରବିବାର ଛୁଟିଦିନ ଆଉ ସରାକାରୀ ବାବୁ ମାନେ ଏହି ଦିନଟିକୁ ହାତଛଡା କରିବାକୁ କେବେ ବି ଚେଷ୍ଟା କରନ୍ତି ନାହିଁ । ହେଲେ ସୁନ୍ଦରଗଡ ଜିଲ୍ଲାରେ ଜନସାଧାରଣ ଓ ପ୍ରଶାସନ ମଧ୍ୟ ରେ ଦୂରତା ବଢି ବଢି ଚାଲିଥିବା ଦେଖି ଏକ ଅଭିନବ ଉପାୟ ରେ ସୁନ୍ଦରଗଡ ଜିଲ୍ଲପାଳ ଆରମ୍ଭ କରିଛନ୍ତି ପ୍ରଜାକୋର୍ଟ ।

ସୁନ୍ଦରଗଡର ଦୁଇଟି ଚିତ୍ର । ଗୋଟିଏ ପଟେ ହଜାର ହଜାର ଆଦିବାସୀ ପେଶା ନିୟମ ଲାଗୁ କରିବା ପାଇଁ ରଣହୁଙ୍କାର ଦେଉଛନ୍ତି । ଅନ୍ୟପଟେ ଚାଲିଛି ଜିଲ୍ଲାପାଳଙ୍କ ପ୍ରଜାକୋର୍ଟ । ଜିଲ୍ଲାର ଅପହଂଚ ଇଲାକାରେ ପ୍ରଶାସନକୁ ବାରଣ କରୁଛନ୍ତି କିଛି ଆଦିବାସୀ । ଏପଟେ ମଧ୍ୟ ହଜାର ହଜାର ଆଦିବାସୀ କାହିଁ କେତେ ଦୂରରୁ ନିଜ ଅଭିଯୋଗ ଅସୁବିଧା ନେଇ ଛୁଟି ଆସିଛନ୍ତି ଜିଲ୍ଲାପାଳଙ୍କ ପାଖକୁ ।

ସୁନ୍ଦରଗଡର ଅନେକ ଉପାନ୍ତ ଅଂଚଳ ରହିଛି । ଯେଉଁଠି ସରକାରୀ ଯୋଜନା ପହଂଚି ପାରୁନଥିବା ବେଳେ ଯୋଜନା କହିଲେ କଣ ଲୋକେ ଜାଣିନାହାନ୍ତି । ସେହି ଅଂଚଳରେ ସରକାରୀ ଯୋଜନା ପହଂଚାଇବା ପାଇଁ ଜିଲ୍ଲପାଳ ସୁରେନ୍ଦ୍ର ମିନା ଆରମ୍ଭ କରିଛନ୍ତି ପ୍ରଜାକୋର୍ଟ । ପ୍ରତି ରବିବାର ସୁନ୍ଦରଗଡ ମୁଖ୍ୟାଳୟରେ ଏହି କୋର୍ଟ ବସୁଥିବା ବେଳେ ଉପାନ୍ତ ଅଂଚଳର ଆଦିବାସୀ ସେମାନଙ୍କ ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଉଛନ୍ତି । ଆଉ ଜିଲ୍ଲାପାଳ ସେମାନଙ୍କୁ ସରକାରୀ ଯୋଜନା କ’ଣ, ଏହାକୁ ପାଇବା ପାଇଁ କିଭଳି ଆବେଦନ କରିବେ ସେ ବାବଦରେ ଆଲୋଚନା କରାଯାଉଛି ।

ଆଉ ଏହି ପ୍ରଜାକୋର୍ଟକୁ ନେଇ ବେଶ ଆଶାବାଦୀ ଅଛନ୍ତି ସୁନ୍ଦରଗଡ ଜିଲ୍ଲପାଳ ସୁରେନ୍ଦ୍ର କୁମାର ମିନା । କହିଛନ୍ତି, ଛୁଟିଦିନରେ ଆମେ ଅଯଥା ସମୟ ନଷ୍ଟ ନକରି ଏହି ପ୍ରଜାକୋର୍ଟ କଲେ ଉପାନ୍ତ ଅଚଂଳର ଲୋକେ ସରକାରୀ ସୁବିଧା ପାଇବାରୁ ବଚିଂତ ହେବେ ନାହିଁ ।