ପ୍ରେମ ଆଗରେ ହାର ମାନିଛି ଜାତିଆଣ ଭାବ ଓ ଅର୍ଥାଭାବ : ଏକକାଳୀନ ବିବାହ ବନ୍ଧନରେ ବାନ୍ଧି ହେଲେ ୨୫ ଯୋଡି

72

କନକ ବ୍ୟୁରୋ : ପ୍ରେମ ଆଗରେ ହାର ମାନିଛି ଜାତିଆଣ ଭାବ ଓ ଅର୍ଥର ଅଭାବ । ଗଣବିବାହ କରିଛନ୍ତି ୨୫ ଯୋଡି । ଏଭଳି ଏକ ପରିବେଶ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ରାମମନ୍ଦିରରେ । ୩ ବର୍ଷ ହେବ ପ୍ରୟାସ ନାମକ ଏକ ଜନମଂଗଳକାରୀ ସଂସ୍ଥା ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି ।

ଅର୍ଥାଭାବରୁ ଯେଉଁ ମାନେ ଆଡମ୍ବର ସହକାରେ ବିବାହ ବନ୍ଧନରେ ବାନ୍ଧି ହୋଇପାରୁନାହାଁନ୍ତି କି ଯେଉଁମାନଙ୍କ ସହ ପରିବାରର ସହଯୋଗ ନାହିଁ ସେମାନେ ପ୍ରୟାସ ସାହାଯ୍ୟରେ ବିବାହ କରିପାରୁଛନ୍ତି । କିଛି ଯୋଡିଙ୍କର ଦୀର୍ଘ ଦିନର ଭଲ ପାଇବା ସଫଳ ହୋଇଛି ।

ବିନା ଯୌତୁକରେ ସେମାନେ ବିବାହ କରିଛନ୍ତି । ଯେଉଁମାନଙ୍କର ପରିବାରବର୍ଗ କୌଣସି କାରଣରୁ ଆସିପାରି ନାହାନ୍ତି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ, ସେମାନଙ୍କ ପାଇଁ ପ୍ରୟାସ ସଂସ୍ଥାର ସଦସ୍ୟ ମାନେ ପିତାମାତା ଭାବରେ ସମୂହ କନ୍ୟାଦାନ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :