ଟ୍ରେନ୍ ବିଳମ୍ବ ହେଲେ ଆପଣଙ୍କ ପାଖକୁ ଆସିଯିବ ଅପଡ଼େଟ୍ ! ଜାଣନ୍ତୁ କିପରି ?

277

ଶୀତ ଦିନ ଆରମ୍ଭ ହୋଇଗଲାଣି । ଆଉ ଶୀତ ଦିନରେ କୁହୁଡ଼ି ପଡ଼ିବା ସାଧରଣ କଥା । ତେବେ କୁହୁଡ଼ି ଯୋଗୁଁ ଟ୍ରେନ୍ ଆସିବାରେ ବିଳମ୍ବ ହୋଇଥାଏ । ଆଉ ଏଥିପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଯାତ୍ରୀଙ୍କୁ ଘଂଟା ଘଂଟା ଧରି ଟ୍ରେନ ପାଇଁ ଅପେକ୍ଷା କରିବା ପାଇଁ ପଡ଼େ । ଯଦି ଆପଣ କୌଣସି ଏକ୍ସପ୍ରେସରେ ବୁକିଂ କରିଛିନ୍ତି, ଆଉ ଟ୍ରେନର ବିବରଣୀ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୩୯କୁ କଲ୍ କରିବା ପାଇଁ ପଡ଼ିବ । ବିକଳ୍ପ ଅନୁସାରେ ରେଳବାଇର ଏନଟିଇଏସ୍ ସାଇଟ୍ ମଧ୍ୟ ଭିଜିଟ୍ କରିପାରିବେ ।

source : google

କିନ୍ତୁ ବେଳେବେଳେ ସାଇଟରେ ମଧ୍ୟ ସୂଚନା ଅପଡ଼େଟ୍ ହୋଇ ନଥାଏ । ଏପରିସ୍ଥଳେ ଅସୁବିଧା ବଢ଼ିଯାଏ ଓ ଯାତ୍ରୀ ଅନେକ ଅସୁବିଧାରେ ପଡ଼ନ୍ତି । ଏପରି ଏକ ଉପାୟ ଅଛି ଯଦ୍ୱାରା ଆପଣ ଆଉ ହଇରାଣରେ ପଡ଼ିବେ ନାହିଁ । ନିଜର ହ୍ୱାଟସଆପ ବ୍ୟବହାର କରି ଆପଣ ଟ୍ରେନର ବିବରଣୀ ଜାଣିପାରିବେ । ହ୍ୱାଟସଆପରେ କେବଳ ଟ୍ରେନର ନମ୍ବର ଦେଇ ଅଳ୍ପ କିଛି ସମୟ ଭିତରେ ଆପଣଙ୍କୁ ଟ୍ରେନର ସମସ୍ତ ବିବରଣୀ ହାସଲ କରିପାରିବେ ।

କେମିତି କରିବେ ଅପଡ଼େଟ୍ –
ନିଜର ସ୍ମାର୍ଟଫୋନରେ ୭୩୪୯୩୮୯୧୦୪ ନମ୍ବରକୁ ଟ୍ରେନ୍ ଲାଇଭ୍ ଷ୍ଟେସନ ନାମରେ ସେଭ୍ କରନ୍ତୁ । ଏବେ କୌଣିି ବି ଟ୍ରେନ୍ ନମ୍ବର ଉପରୋକ୍ତ ନମ୍ବରକୁ ସେଣ୍ଡ୍ କରନ୍ତୁ । କିଛି ସମୟ ଭିତରେ ଆପଣ ଚାହୁଁଥିବା ଟେନର ସବିଶେଷ ବିବରଣୀ ହାସଲ କିରପାରିବେ । ଉଦାହରଣ ସୂରୂପ ୧୨୯୮୫ ସିୟାଲଦହ-ଆଜମେର ଏକ୍ସପ୍ରେସ୍ ବିଷୟରେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି । ନମ୍ବର ସେଣ୍ଡ କରିବାର କିଛି ସମୟ ପରେ ହିଁ ଆପଣଙ୍କ ପାଖକୁ ଅପଡ଼େଟ୍ ଆସିଯିବ ।