କନକ ବ୍ୟୁରୋ : କଲେଜ ପରିସରରେ ଛାତ୍ରୀଙ୍କ ସହ ଅସଦାଚରଣ । ବେକରେ ଛୁରି ରଖି ଉଲଗ୍ନ କରି ଭିଡିଓ ଉଠାଇ ଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ । କଲେଜରେ ଜଣେ ଅଧ୍ୟାପକଙ୍କ ସମେତ ୩ ଜଣ ଯୁବକ ଏପରି କାଣ୍ଡ ଭିଆଇ ଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ ଆଣିଛନ୍ତି ନବାଳିକା କଲେଜ ଛାତ୍ରୀ ଓ ତାଙ୍କ ସମ୍ପର୍କୀୟ । ପିଡୀତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ସିଡବ୍ଲୁସିଙ୍କ ନିକଟରେ ହାଜର କରିଛି ପୋଲିସ । ସେପଟେ ୩ ଜଣ ଅଭିଯୁକ୍ତଙ୍କ ଓ ଶିକ୍ଷକ ଏବେ ଫେରାର ଥିବା ଜଣା ପଡିଛି ।

videoଶିକ୍ଷା ଅନୁଷ୍ଠାନ ହୋଇଛି କଳଙ୍କିତ । କଲେଜ ପରିସରରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅସଦାଚାରଣ ଭଳି ସାଂଘାତିକ ଅଭିଯୋଗ ହୋଇଛି । କଲେଜ ପରିସରରେ ପଶି ୩ ଜଣ ଯୁବକ, ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ବେକରେ ଛୁରି ଦେଇ ନଗ୍ନ ଚିତ୍ର ଉତ୍ତୋଳନ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ । କେବଳ ସେତିକି ନୁହଁ କଲେଜ ବାହାରର ତିନି ଯୁବକ ସମେତ କଲେଜର ଓଡିଆ ଅଧ୍ୟାପକ ମଧ୍ୟ ପିଡୀତାଙ୍କ ସହ ଫଟୋ ଉଠାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ । ଗତ ୭ ତାରିଖ ଦିନ ଅପରାହ୍ନରେ ପିଡୀତା ଜଣକ ଗୋବିନ୍ଦପାଲି ଏସଏସଡି ଜୁନିୟର ସାଇନ୍ସ କଲେଜରେ ପ୍ରାକ୍ଟିକାଲ କ୍ଲାସ ଲାଗି ଯାଉଥିବା ବେଳେ ତାଙ୍କୁ ତିନି ଜଣ ଯୁବକ ନିକଟସ୍ଥ ରୋଷେଇ ଘରକୁ ଟାଣି ନେଇଥିଲେ । ପରେ ପିଡୀତାଙ୍କୁ ଧମକାଇ ଏପରି କୁକର୍ମ କରିବା ସହ ଏହାର ଭିଡିଓ ମଧ୍ୟ ଉଠାଇ ଥିବା ପିଡୀତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

ପିଡୀତାଙ୍କ ଲିଖିତ ଅଭିଯୋଗ ପାଇ ମାଥିଲି ପୋଲିସ ଆଇଟି ଆକ୍ଟ ସମେତ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେବଳ ତିନି ଯୁବକଙ୍କ ନାଁରେ ପିଡୀତା ଅଭିଯୋଗ ଆଣିଥିବା ବେଳେ ବିଦ୍ୟାଳୟର ଓଡିଆ ଶିକ୍ଷକଙ୍କ ଭୂମିକା ଉପରେ ସନ୍ଦେହ କରୁଛନ୍ତି ସିଡବ୍ଲୁସି । କାରଣ ଗତ କିଛି ଦିନ ତଳେ ପିଡୀତା ଏବଂ ଓଡିଆ ଅଧ୍ୟାପକଙ୍କ ମଧ୍ୟରେ ଏପରି ଏକ ବିବାଦ ଲାଗିଥିବା ବେଳେ ଏହାର ଲିଖିତ ଭାବେ ସମାଧାନ କରିଥିଲା କଲେଜ କମିଟି । ସେହିପରି ଗତ ବର୍ଷେ ତଳେ ମଧ୍ୟ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ ଆସିବା ପରେ ଅଧ୍ୟାପକଙ୍କୁ ଦାଗିଦ କରିଥିଲେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ।

କଲେଜ ସ୍ତରରେ ଏହି ସମ୍ବେଦନଶୀଳ ଘଟଣା ଏବେ ସମସ୍ତଙ୍କ ଚିନ୍ତା ବଢାଇଛି । ପୋଲିସ ପାଖକୁ ମାମଲା ଯିବା ପରେ ତିନି ଅଭିଯୁକ୍ତଙ୍କ ସମେତ ଓଡିଆ ଅଧ୍ୟାପକ ଫେରାର ହୋଇ ଯାଇଛନ୍ତି । ଏହାରି ଭିତରେ ଏବେ ନିଜର ପୋଲିସ କିଭଳି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ହଟାଉଛି ।