ରାଜଧାନୀରେ ପ୍ରବଳ ଥଣ୍ଡା ! ଭୁବନେଶ୍ୱରରେ ୯ଦଶମିକ୍ ୫ଡିଗ୍ରୀ ତଳେ ପାରଦ

87

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରହର ହେଉଛନ୍ତି ରାଜଧାନୀବାସି ।  ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପାରଦ ତଳକୁ ଖସିବାରେ ଲାଗିଛି । ତାପମାତ୍ରା ୯.୫ଡିଗ୍ରୀ ତଳକୁ ଖସି ଆସିଛି । ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ସର୍ବନିମ୍ନ । ଗତ ସପ୍ତାହ ହେଲା ରାଜଧାନୀର ତାପମାତ୍ରା ୧୦ରୁ ୧୩ଡିଗ୍ରିୀ ଭିତରେ ରହୁଥିବାବେଳେ ଗତକାଲି ହଠାତ୍ ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଉ ତିନିରୁ ଚାରିଦିନ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ଜାଡରୁ ରକ୍ଷା ମିଳିବନି ।

cold wave
image courtesy-https://odishatv.i

ତେବେ ନୂଆବର୍ଷ ପହିଲାରୁ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିବ । ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ କୋହଲା ପାଗ ଯୋଗୁଁ ଶୀତର ପ୍ରଭାବ ବଢ଼ିଥିଲା । କିନ୍ତୁ ଏବେ କୋହଲା ପାଗ ହଟିଯିବା ସହ ତାପମାତ୍ରା ବଢ଼ିବାର ସଂଭାବନା ରହିଛି । ଯାହା ଫଳରେ ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତର ମାତ୍ରା ସ୍ୱାଭାବିକ୍ ରହିବ । ଯେମିତି ଦୁଇ ଦିନ ହେଲା ଅଚାନକ୍ ଶୀତ ବଢ଼ି ଯାଇଥିଲା, ସେଭଳି ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅର୍ଥାତ ବର୍ଷର ଶେଷ ରାତିର ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଇଛି ।