କ୍ଷତି ସହିବା ପରେ ସ୍ଥିତି ଅସମ୍ଭାଳ : ଆଜିଠାରୁ ବନ୍ଦ ହେବ ରାଜ୍ୟର ସମସ୍ତ ୪୧ଟି ଶୀତଳ ଭଣ୍ଡାର

163

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର ସମସ୍ତ ୪୧ଟି ଶୀତଳ ଭଣ୍ଡାର ବନ୍ଦ ହେବ । ତିନି ବର୍ଷ ଭିତରେ ଆଳୁ ମିଶନରେ ଗଢ଼ିଉଠିଥିବା ୨୬ଟି ଘରୋଇ ଶୀତଳଭଣ୍ଡାର ରହିଛି । ରାଜ୍ୟରେ ସେମୋଟ ୪୧ଟି ଶୀତଳ ଭଣ୍ଡାର ବନ୍ଦ ହେବ ବୋଲି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି । କୋଲଡ ଷ୍ଟୋରଗୁଡ଼ିକ ବର୍ଷକୁ ପ୍ରାୟ ୧ କୋଟି ଟଙ୍କା କ୍ଷତି ସହୁଛନ୍ତି ବୋଲି ସଂଘର ସମ୍ପାଦକ ଜନାର୍ଦ୍ଦନ ସାହୁ କହିଛନ୍ତି ।

ସରକାର ଆଳୁ ମିଶନରେ ସେମାନଙ୍କୁ ୭ କୋଟି ଟଙ୍କାର ଶୀତଳ ଭଣ୍ଡାର ପାଇଁ ୨ କୋଟି ଟଙ୍କାର ସବସିଡି ଦେଉଛନ୍ତି । ମାତ୍ର ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ୁନଥିବାରୁ ଶୀତଳ ଭଣ୍ଡାରମାଲିକମାନେ ପଶ୍ଚିମବଙ୍ଗରୁ ବଳକା ଆଳୁ ଆଣୁଛନ୍ତି ଓ କ୍ଷତି ସହୁଛନ୍ତି । ସର୍ତ ଅନୁସାରେ ଶୀତଳ ଭଣ୍ଡାରରେ ରଖିବା ପାଇଁ ରାଜ୍ୟରୁ ଅଧା ଆଳୁ ମିଳୁନଥିବାରୁ ୬ ବର୍ଷ ପାଇଁ ଥିବା ବିଜୁଳି ରିିହାତି ବି ମିଳୁନି । ପଶ୍ଚିମବଙ୍ଗରେ ଆଳୁ ଚାଷୀ ଓ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ଯେଭଳି ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି ରାଜ୍ୟ ସରକାର ସେଭଳି କରିନାହାନ୍ତି ବୋଲି ସଂଘ ଅଭିଯୋଗ କରିଛି ।