୧୮ରୁ ରାଜ୍ୟରେ ପୁଣି ଶୀତ ଲହରୀ ! କୁହୁଡି ବଳୟରେ ଉପକୂଳ ଓଡିଶା ।

42

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିବ ଶୀତ । ଥରିବ ସାରା ଓଡିଶା । ଏପରି କି କିଛି ସ୍ଥାନରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ଉପକୂଳ ଓଡିଶା ଏବେ ଘନ କୁହୁଡି ବଳୟ ଭିତରେ ରହିଛି । ସକାଳୁ ସକାଳୁ କୁହୁଡି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଅଧିକ ବେଗରେ ଏବଂ ପଶ୍ଚିମରୁ ଉପକୂଳ ପର୍ୟ୍ୟନ୍ତ ଅବାଧରେ ବହିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି।

ବର୍ତମାନ ରାଜ୍ୟରେ ପଶ୍ଚିମାଞ୍ଚଳରେ ବହୁଛି ପଶ୍ଚିମା ବାୟୁ। ଏହା ଫଳରେ ଥଣ୍ଡା ସେତେଟା ଅନୁଭୂତ ହେଉନାହିଁ। ଉପକୂଳରେ ଜଳୀୟବାଷ୍ପ ପ୍ରଭାବ ଯୋଗୁଁ ଦୁଇ ଦିନ ଧରି ଶୀତ ଦିନ ଯେପରି ଉଭେଇ ଯାଇଛି। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ହେଉଛି ୨୧.୨ପ୍ସ ସେଲସିୟସ। ପଶ୍ଚିମା ବାୟୁ ପ୍ରଭାବରେ ଆଉ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ, ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ କାଁ ଭାଁ ବର୍ଷା ହୋଇପାରେ। ତେବେ ଏହି ବାୟୁ ଅପସରି ଯିବା ପରେ ୧୮ ତାରିଖ ବେଳକୁ ଥଣ୍ଡା ବଢ଼ିବ।

 ପୂର୍ବାନୁମାନ ଅନୁଯାୟୀ ୧୮ରୁ ୨୦ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଅନ୍ୟୂନ ୨ପ୍ସ କମିବାର ସମ୍ଭାବନା ରହିଛି। ସେତେବେଳକୁ ସାରା ରାଜ୍ୟ ବିଶେଷ କରି ଉପକୂଳବର୍ତୀ ଅଞ୍ଚଳ ପୂରା ଶୁଖିଲା ହୋଇପଡ଼ିଥିବ। ବର୍ତମାନ ପଶ୍ଚିମା ଥଣ୍ଡା ପବନ ବହୁଥିଲେ ବି ଏହା ସାମୁଦ୍ରିକ ପବନ ସମ୍ମିଶ୍ରଣରେ ଆସୁଛି। ଫଳରେ ଥଣ୍ଡାର ପ୍ରଭାବ ହ୍ରାସ ପାଉଛି। ବର୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବାରୁ ତାହା ଉଷ୍ମ ସାମୁଦ୍ରିକ ପବନ ସଂସ୍ପର୍ଶରେ ଆସି ଉପକୂଳବର୍ତୀ ଅନେକ ସ୍ଥାନରେ ସକାଳୁଆ ଘନକୁହୁଡ଼ି ଏବଂ ଆଭ୍ୟନ୍ତରୀଣ କିଛି ସ୍ଥାନରେ କୁହୁଡ଼ି ସୃଷ୍ଟି କରୁଛି।

ଆଜି ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୪ପ୍ସ, ସୁନ୍ଦରଗଡ଼ରେ ୧୧.୫ପ୍ସ, ଦାରିଙ୍ଗିବାଡ଼ିରେ ୧୩ପ୍ସ, ଫୁଲବାଣୀରେ ୧୪ପ୍ସ, ଝାରସୁଗୁଡ଼ାରେ ୧୪.୪ପ୍ସ ରେକର୍ଡ ହୋଇଛି। ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୨ପ୍ସ ମଧ୍ୟରେ ରହିଛି।