ଶୀତ ଦିନରେ ଥଣ୍ଡା ଜନିତ ସମସ୍ୟାର କେମିତି କରିବେ ଘରୋଇ ଉପଚାର ? ଜାଣନ୍ତୁ ଏହାର ପ୍ରକ୍ରିୟା

221

ଆପଣ ମାନେ ଦେଖିଥିବେ କି ଶୀତ ଦିନ ପ୍ରାୟତଃ ଅଧିକରୁ ଅଧିକ ବ୍ୟକ୍ତି ମାନଙ୍କୁ ଥଣ୍ଡା,ଜ୍ୱର, କାଶ,ଏବଂ ଗଳା ଦରଜ ଭଳି ସମସ୍ୟା ହୋଇଥାଏ । ସେମିତି ଦେଖିବାକୁ ଗଲେ ଏହି ସମସ୍ୟା ସାଧାରଣ ଅଟେ । କିନ୍ତୁ ଠିକ୍ ସମୟରେ ଏହାର ଉପଚାର ନକଲେ ଏହି ସମସ୍ୟା ବଢ଼ିଥାଏ । ସେଥିପାଇଁ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର କହୁଛୁ ଯାହା ସହଜରେ ଆପଣଙ୍କ ଥଣ୍ଡା ଜନିତ ରୋଗ ଭଲ କରିପାରିବାରେ ସହାୟକ ହେବ ।

ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ –
• ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ହୋଇଛି , ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଗୋଟେ ଗ୍ଲାସ୍ କ୍ଷୀରକୁ ଗରମ କରି ସେଥିରେ ହଳଦୀ ଏବଂ ଅଳ୍ପ ଲୁଣ ମିଶାଇ ଅଳ୍ପ ଉଷୁମ କରି ପିଅନ୍ତୁ । ଏହା ଦ୍ୱାରା ଥଣ୍ଡା ଏବଂ ଜ୍ୱରରୁ ଉପଶମ ମିଳିବ । ଏହା ବ୍ୟତୀତ ଶରୀରରେ ଥଣ୍ଡା ଥିଲେ ହଳଦୀ ସହିତ ମହୁ ମିଶାଇ ଖାଇବା ଦ୍ୱାରା ଏହି ଥଣ୍ଡା କମିଥାଏ ।

• ଅନେକ ଥର ଏହି ଥଣ୍ଡା ପାଇଁ କାଶ ମଧ୍ୟ ହୋଇଥାଏ ଏହାକୁ ଦୂର କରିବା ପାଇଁ ଲେମ୍ଭୁ ରସରେ ଗୋଟେ ଚାମଚ ମହୁ ଏବଂ ଅଳ୍ପ ଗୋଲ ମରିଚ ମିଶାଇ ସେବନ କରିବା ଦ୍ୱାରା ପୁରୁଣା ରୁ ପୁରୁଣା କାଶ ଦୂର ହୋଇଥାଏ ।

• ଥଣ୍ଡା ହୋଇଥିଲେ ପ୍ରାୟତଃ ବ୍ୟକ୍ତି ମାନଙ୍କର ନାକ ବନ୍ଦ ହୋଇଯାଇ ଥାଏ , ଯାହା ଦ୍ୱାରା ନିଶ୍ୱାସ ନେବା ରେ ସମସ୍ୟା ସ୍ୃଷ୍ଟି ହୋଇଥାଏ । ଏହି ସମୟରେ ପିଆଜ କାଟି ଶୁଙ୍ଗିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ପିଆଜ ରସ ସହିତ ଏକ ଚାମଚ ମହୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା, କାଶ, ଗଳା ଦରଜ ହ୍ରାସ ପାଇଥାଏ ।

• ଯଦି ଆପଣ ଶୀତ ଦିନରେ ଗୋଟେ ଗ୍ଲାସ୍ ଗାଜର ଜୁସ୍ ସହିତ ଏକ ଚାମଚ ମହୁ ମିଶାଇ ପିଇବେ ଏହା ଶରୀର ମଧ୍ୟକୁ ଯାଇ ଶରୀରକୁ ଗରମ ରଖିବାରେ ସହାୟକ ହେବ ଏବଂ ଥଣ୍ଡା, କାଶ , ଏବଂ ଗଳା ଦରଜ ଭଳି ସମସ୍ୟା ମଧ୍ୟ ଦୂର ହେବ ।