ଥଣ୍ଡା, କାଶ ଲାଗିରହୁଛି କି ? ଏଥିରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

221

ଶୀତଦିନ ଆସିବା ମାତ୍ରେ ବୁଢା ଠାରୁ ଆରମ୍ଭ କରି ଛୋଟପିଲା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା, କାଶ ଆଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାଶ ବହାରୁ ଦେଖିବାକୁ ସାମାନ୍ୟ ଲାଗିଥାଏ କିନ୍ତୁ ଏହା ଶରୀର ଭିତରେ ଅନେକ ଅସୁବିଧା କରାଇଥାଏ । ସେଥିପାଇଁ ଅନେକ ଲୋକ ଡାକ୍ତରଙ୍କୁ ପରାମର୍ଶ କରି କଫଶିରଫ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଚାହିଁଲେ ଘରେ ବସି କଫଶିରଫ ତିଆରି କରିପାରିବେ । ଏବଂ ବହୁ ପୁରୁଣା କାଶରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କଫଶିରଫ ତିଆରି କରିବାର ପ୍ରଣାଳୀ ।

ଶିରଫ ତିଆରି କରିବା ପାଇଁ ପ୍ରଥମେ ୧୦-୧୨ ଟି ତୁଳସୀ ପତ୍ର ନିଅନ୍ତୁ । ସେଥିରେ ୪ରୁ୫ ଟି ଗୋଲମରିଚ, ଲବଙ୍ଗ, ଲୁଣ, ସୁଣ୍ଠି, ଅଦା ଏବଂ ଡାଲଚିନି ଗୁଣ୍ଡକୁ ମିଶାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ସେହି ପାଉଡରକୁ ୨ଗ୍ଲାସ୍ ପାଣିରେ ପକାଇ ଫୁଟାନ୍ତୁ । ଏହା ଫୁଟି ଫୁଟି ଅଧା ହୋଇଗଲା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏହାପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଶିରଫ ।

ଏହି ଶିରଫରେ ୧ ଚାମଚ ମହୁ ମିଶାଇ ପିଅନ୍ତୁ । ଏବଂ ଏହାକୁ ଗୋଟେ ଦିନ ଷ୍ଟୋର କରି ରଖିପାରିବେ । କାଶ, ଥଣ୍ଡା ଆଦି ଦୂର କରିବାରେ ଏହା ରାମବାଣ ସଦୃଶ କାମ କରିଥାଏ ।