ନିମାପଡାରୁ ୫ଲକ୍ଷ ଟଙ୍କାର କଏନ୍ ଜବତ : ନୂଆହାଟରୁ ତିରୁପତି ଯାଉଥିବା ବେଳେ ଜବତ କଲା ପୁଲିସ

24

କନକ ବ୍ୟୁରୋ : ନିମାପଡାରୁ ୫ ଲକ୍ଷ ଟଙ୍କାର କଏନ ଜବତ ହୋଇଛି । ଟଙ୍କା ସହ ଗୋଟିଏ ଗାଡି ଓ ୪ ଜଣଙ୍କୁ ଅଟକ ରଖିଛି ନିମାପଡା ପୁଲିସ । ମିଳିଥିବା ସୂଚନା ଅନୁସାରେ ଏହି କଏନ ନୂଆହାଟରୁ ଭୁବନେଶ୍ୱର ଦେଇ ତିରୁପତି ଯାଉଥିବା ବେଳେ ଜବତ କରାଯାଇଛି । ତେବେ ନୂଆହାଟ ଅଂଚଳରେ ଖୁଚୁରା ପାଇଁ ଛୋଟ ଛୋଟ ଦୋକାନୀ ମାନେ ବ୍ୟବସାୟରେ ହଇରାଣ ହେଉଥିବା ବେଳେ ଏତେ ପରିମାଣର ଟଙ୍କା ଆସିଲେ କେଉଁଠୁ ତାକୁ ନେଇ ଉଠିଛି ପ୍ରଶ୍ନ ।