କନ୍ଦାଉଛି କଏନ ! କ୍ୟାସଲେସ ଟ୍ରାଞ୍ଜାକାସନ ବଢିଥିବାରୁ ଅଦରକାରୀ ହେଉଛି କଏନ

17

କନକ ବ୍ୟୁରୋ : କନ୍ଦାଉଛି କଏନ । ବିମୁଦ୍ରାକରଣ ପରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରେ କ୍ୟାସଲେସ ଟ୍ରାଞ୍ଜାକାସନ ହେଉଥିବାରୁ ଏକ ପ୍ରକାର ଅଦରକାରୀ ହୋଇପଡିଛି କଏନ । କଟକ ଜିଲ୍ଲା ନିଆଳି ଅଂଚଳର କାଳିଆଘାଇ, ନିଆଳି ଓ ନୟାହାଟ ଅଂଚଳର ଚାଷୀ ଓ ବ୍ୟବସାୟୀଙ୍କୁ ଏକ କଏନ ଚିନ୍ତା ଘାରିଛି । ବ୍ୟବସାୟୀଙ୍କ ପାଖରେ ଲକ୍ଷାଧିକ ଟଙ୍କାର କଏନ ମହଜୁଦ ରହିଛି । ଯେଉଁଥିପାଇଁ ବ୍ୟବସାୟୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବ୍ୟବସାୟୀମାନେ ଏନେଇ ଚିନ୍ତାରେ ଅଛନ୍ତି । ଏହାକୁ ନେଇ ଚାଷୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ ।

ନୟାହାଟ ପାନ ବଜାରରେ ପାନ ବ୍ୟବସାୟୀମାନେ ଚାଷୀଙ୍କୁ ମାତ୍ରାଧିକ ଖୁଚୁରା ଦେଉଥିବା ଅଭିଯୋଗ ହୋଇଛି । ଏହାର ଫାଇଦା ନେଇ ଅସାଧୁ ବ୍ୟବସାୟୀ ୧୦୦ଟଙ୍କା କଏନ ବଦଳରେ ୮୦ ଟଙ୍କା ଦେଉଥିବା ଚାଷୀମାନେ କହିଛନ୍ତି । ଫଳରେ ଚାଷୀମାନେ ଘର ପାଇଁ ତେଜରାଜି ଜିନିଷ କିଣିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ସ୍ଥାନୀୟ ଅଂଚଳରେ ଅନେକ ଦୋକାନୀ ଖୁଚୁରା ରଖୁନଥିବା ଅଭିଯୋଗ ଉଠିଛି । ଗୋଟିଏ ପଟେ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଅସାଧୁ କାରବାର କରୁଥିବା ବ୍ୟବସାୟୀ ମୁନାଫା ପାଉଛନ୍ତି ।