ଘୁଂଚିଲା ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ଜୀବନିକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମାର ଉନ୍ମୋଚନ ତାରିଖ । ଆଜି ସିନେମାଟି ଉନ୍ମୋଚନ ହେବାକୁ ଥିବା ବେଳେ ଏହାର ରିଲିଜ ତାରିଖକୁ ଘୁଂଚାଇ ଦିଆଯାଇଛି ।

ସିନେମାର ଷ୍ଟାରକାଷ୍ଟଙ୍କୁ ଡନ୍ ତରଫରୁ ଧମକ ମିଳୁଥିବାରୁ ଏହାର ଉନ୍ମୋଚନ ତାରିଖକୁ ଘୁଂଚାଇ ଦିଆଯାଇଛି । ସିନେମାରେ ଅଣ୍ଡରୱାଏଲ୍ଡ ଡନ ଦାଉଦ ଇବ୍ରାହିମର ଜୀବନିକୁ ସ୍ଥାନ ଦିଆଯାଇଛି । ଏହାକୁ ସିନେମାରୁ ବାଦ୍ ଦେବା ପାଇଁ ଛୋଟା ସକିଲ ପୂର୍ବରୁ ମଧ୍ୟ ଧମକ ଦେଇଥଲା ।