ସାବଧାନ ! ଆପଣ କଫି ପିଉଛନ୍ତି କି ? ଯଦି ହଁ, ତେବେ ଆପଣଙ୍କୁ ହୋଇପାରେ କ୍ୟାନ୍ସର ।

120

ଆମେରିକା କାଲିଫୋର୍ନିଆର ଜଣେ ଜଜ୍ ରାଜ୍ୟରେ କଫି ବିକ୍ରି କରିବା ସମୟରେ କଫିରେ କ୍ୟାନ୍ସର ଚେତାବନୀ ଦେବାକୁ ଆଦେଶ ଦେଇଛନ୍ତି । ଏକ ଏନଜିଓ ତରଫରୁ କିଛି କଫି ସପ୍ ବିରୋଧରେ କରାଯାଇଥିବା ଅଭିଯୋଗର ଶୁଣାଣୀରେ ଜଜ୍ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପଛରେ କାରଣ ହେଉଛି କଫିରେ acrylamide ନାମର ଏକ ପଦାର୍ଥ ରହିଛି । ଆସନ୍ତୁ ଜାଣିବା କଣ ସତରେ କଫି ପିଇଲେ କ୍ୟାନ୍ସର ହେବ ?

କାଲିଫୋର୍ନିଆ ରାଜ୍ୟରେ ସେହି ସବୁ ସାମଗ୍ରୀର ଲିଷ୍ଟ କରାଯାଇଛି, ଯାହାଦ୍ୱାରା କ୍ୟାନ୍ସର ହେବାର ସମ୍ବାବନା ରହିଛି । ଆଉ ଏଥିରେ acrylamide ମଧ୍ୟ ସାମିଲ କରାଯାଇଛି । କଫି ସପ୍ ଗୁଡିକ କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିପାରିବେ । କିନ୍ତୁ ଏହି କାରଣରୁ କଫି ଏବଂ କ୍ୟାନ୍ସର ର ସମ୍ପର୍କକୁ ନେଇ ଯୁକ୍ତିତର୍କ ବଢିବାରେ ଲାଗିଛି । କଣ ସତରେ କଫିରୁ କ୍ୟାନ୍ସର ହୋଇଥାଏ ? ତେବେ ଏପର୍ଯ୍ୟନ୍ତ ଏହି ସମ୍ପର୍କରେ ଯାହା ସୂଚନା ରହିଛି, ଆମେ ଆପଣଙ୍କୁ ବିସୃତ ଭାବେ କହୁଛୁ ।

washingtonpost.com ର ରିପୋର୍ଟ ଅନୁସାରେ ଏବେ ପର୍ଯ୍ୟନ୍ତ ସାଇନ୍ସର ରିପୋର୍ଟ କଫିରୁ କ୍ୟାନ୍ସର ହେଉଥିବା ଖବରର ସପକ୍ଷରେ ନାହିଁ । କେମିଷ୍ଟ ମିଶେଲେ ଫ୍ରେନ୍ସଲ ପକ୍ଷରୁ ୱେବସାଇଟ ରେ କୁହାଯାଇଛି ଯେ, acrylamide ଶବ୍ଦ ଶୁଣିବାକୁ ଅତ୍ୟନ୍ତ ଭୟାବହ ଅଟେ । କିନ୍ତୁ ପାଣିକୁ ମଧ୍ୟ oxidane କୁହାଯାଇଥାଏ, ଯାହା ଶୁଣିବାକୁ ଭଲ ଲାଗିନଥାଏ । ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, ଜଜଙ୍କ ନିଷ୍ପତ୍ତି କାରଣରୁ ଲୋକମାନଙ୍କୁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ଉଚିତ ନୁହେଁ ।

ପ୍ରକୃତରେ କଫି ଅଧିକମାତ୍ରାରେ acrylamide ସେବନ ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ରହିଛି । ସାଧାରଣତଃ କଫିରେ ଏହାର ମାତ୍ରା ଅଳ୍ପ ରହିଥାଏ । ବୋଷ୍ଟନର ଜଣେ ପ୍ରଫେସର କହିଛନ୍ତି ଯେ, କଫିରୁ କ୍ୟାନ୍ସର ହେଉଥିବା ଏହି ଥିଓରି ଶକ୍ତ ନୁହେଁ । ଏହା ଉପରେ ଆହୁରି ଅଧିକ ରିସର୍ଚ କରିବାର ଆବଶ୍ୟକତା ରହିଛି ।

ଆମେରିକାର ନ୍ୟାସନାଲ କଫି ଆସୋସିଏସନ କହିଛି ଯେ, ଇଣ୍ଡଷ୍ଟ୍ରି ଅପିଲ କରିପାରିବ । ସେମାନେ କହିଛନ୍ତି ଯେ, କଫିରେ କ୍ୟାନ୍ସର ଚେତାବନୀ ଦେବା ଲୋକମାନଙ୍କୁ ଭ୍ରମିତ କରିବା ସଦୃଶ ହେବ । ଆମେରିକା ସରକାର ନିଜର ଡାୟଟ ଗାଇଡଲାଇନରେ କଫିକୁ ସ୍ୱାସ୍ଥ୍ୟ ଜୀବନଶୈଳୀର ହିସା କରିଥିଲେ ।

ବିବିସି ଅନୁସାରେ, ଗତ ବର୍ଷ ୟୁରୋପର ୧୦ଟି ଦେଶରେ ପାଖାପାଖି ୫ଲକ୍ଷ ଲୋକଙ୍କ ଉପରେ ଏକ ଷ୍ଟଡି କରାଯାଇଥିଲା । ଯେଉଁଥିରୁ ଜଣାପଡିଥିଲା ଯେ, ଦିନରେ ତିନି କପ୍ କଫି ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

କିନ୍ତୁ, ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଏହା କହିବା ଅସମ୍ଭବ ହେବ ଯେ, କଫି ପିଇବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଆପଣଙ୍କୁ କହିରଖୁଛୁ, ଯଦି କୌଣସି ଖାଦ୍ୟ ପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଅନେକ ସମୟ ଧରି ରୋଷ୍ଟ କିମ୍ବା ଫ୍ରାଏ କରାଯାଏ, ତେବେ ଏଥିରେ acrylamide ତିଆରି ହୋଇଥାଏ । ପଶୁମାନଙ୍କ ଉପରେ କରାଯାଇଥିବା ରିସର୍ଚରୁ ଏହା ସାମ୍ନାକୁ ଆସିଛି ଯେ, acrylamide ଟ୍ୟୁମର ସୃଷ୍ଟି କରିଥାଏ ।